କେନ୍ଦ୍ରାପଡା: ଆଳି ବ୍ଲକ୍ ଏକମାଣିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୭୦ରୁ ଉର୍ଦ୍ଧ୍ବ ମଇଁଷି ମୃତ ହୋଇଥିବା ଖବର ରହିଛି । ନଦୀରେ ଭାସୁଛି ୭୩ ମଇଁଷିଙ୍କ ମୃତଦେହ । କିପରି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ଏବେ ବେସାହାରା ।
ସୂଚନାମୁତାବକ, ୮୮ଟି ମଇଁଷି ଚରିବାକୁ ଯିବା ସମୟରେ ବ୍ରାହ୍ମଣୀ ନଦୀରୁ ବାହାରିଥିବା ଏକ ଶାଖା ନଦୀ ଦକ୍ଷିଣଡିହା (ଗଳିଆ) ନାମକ ସ୍ଥାନରେ ପଶି ଯାଇଥିଲେ। ଏତେ ବଡ଼ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୌଭାଗ୍ୟବଶତଃ ୧୫ଟି ମଇଁଷି ବର୍ତ୍ତିଯାଇଛନ୍ତି।
ଗୋଟିଏ ମଇଁଷି ଦିନକୁ ପାଖାପାଖି ୧୦ଲିଟିର କ୍ଷୀର ଦେଇଥାଏ। ମଇଁଷି ହରାଇଥିବା ଚାଷମୀାନ ପରିବାର କେମିତି ଚଳିବୁ ସେଥି ପାଇଁ ଚିନ୍ତାରେ ପଡ଼ିଯାଇଛୁ। ସରକାର ଆମକୁ ସହାୟତା ଯୋଗାଇ ଦିଅନ୍ତୁ କହିଛନ୍ତି ।
Comments are closed.