Latest Odisha News

BREAKING NEWS

[ଭିଡ଼ିଓ] ମାଓ ପ୍ରବଣ ମାଲକାନଗିରିରେ ସାଧାରଣତନ୍ତ୍ର ଦିବସ ପାଳିତ

ମାଲକାନଗିରି: ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପାଳିତ ହୋଇଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ଶାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପୋଲିସ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ପରେ ଜିଲ୍ଲାର ବିକାଶ କ୍ଷେତ୍ରରେ ଉଲ୍ଲେଖନିୟ କାମ କରିଥିବା ସରକାରି କର୍ମଚାରି ଓ ବ୍ୟାକ୍ତି ବିଶେଷକଙ୍କୁ ସମ୍ମାନିତ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ସାଧାରଣ ଲୋକଙ୍କ ଲାଗି ପରେଡ ପଡିଆରେ ପ୍ରବେଶ ନିଶେଧ ରହିଥିବା ବେଳେ କେବଳ ପୋଲିସ, ପ୍ରଶାସନିକ ଅଧିକାରି ଓ ସାମ୍ବାଦିକ ମାନେ ପରେଡ ପଡିଆରେ ରହିଥିଲେ ।

Comments are closed, but trackbacks and pingbacks are open.