Latest Odisha News

BREAKING NEWS

ଗୁଣୁପୁର ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଓ ରକ୍ତଦାନ ଶିବିର

ଗୁଣୁପୁର: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଗୁଣୁପୁର ପ୍ରେସ ୟୁନିୟନ ପକ୍ଷରୁ ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଦର ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇଥିଲେ ।

ଅତିଥିଭାବେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ, ଡ଼କ୍ଟର ଚନ୍ଦ୍ରଧ୍ୱଜ ପଣ୍ଡା, ଡ଼ାକ୍ତର ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ତ୍ରିନାଥ ଖାଡ଼ଙ୍ଗା, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ଏସଡ଼ିପିଓ ଅଜୟ ବାରିକ ଯୋଗଦେଇଥିଲେ । ପ୍ରେସ ୟୁନିୟନ ସଭାପତି ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ ।

ଅତିଥିମାନେ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସାମ୍ବାଦିକମାନେ ସାମ୍ବାଦିକତା ସହ ଲୋକଙ୍କ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟା ସହ ଜଡ଼ିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରକ୍ତଦାନ ଉପରେ ସଚେତନତା କରିବା ପାଇଁ ଅତିଥିମାନେ ମତ ଦେଇଥିଲେ । ଶିବିରରେ ପ୍ରାୟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଶେଷରେ ପ୍ରେସ ୟୁନିଅନ ସମ୍ପାଦକ ରାଜେଶ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Comments are closed, but trackbacks and pingbacks are open.