Latest Odisha News

BREAKING NEWS

ବିଦ୍ରୋହ ନିଆଁରେ ଜଳୁଛି ସିରିଆ: ୭୫ ଭାରତୀୟ ସୁରକ୍ଷିତ ସ୍ଥାନାନ୍ତର

ନୂଆଦିଲ୍ଲୀ: ସିରିଆର ଶକ୍ତି ବର୍ତ୍ତମାନ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରଣରେ ଅଛି। ବିଦ୍ରୋହୀମାନେ ଅଧିକୃତ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ବିସ୍ଫୋରଣ ଘଟୁଛି। ଆକ୍ରମଣ ହେଉଛି। ସରକାରୀ ଅଟ୍ଟାଳିକା ପୋଡି ଦିଆଯାଉଛି। ଲୁଟ୍ କରାଯାଉଛି। ଏହି ସମୟରେ ଭାରତ ୭୫ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମ୍ମେସକ ଏବଂ ବେରୁତରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ଏହି ଅପରେସନ୍ ସଂଯୋଜିତ ହୋଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କହିଛି ଯେ ସିରିଆରେ ସମ୍ପ୍ରତି ଘଟିଥିବା ଘଟଣା ପରେ ଭାରତ ସରକାର ଆଜି ୭୫ ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆହୁରି କହିଛି ଯେ ସମସ୍ତ ଭାରତୀୟ ସୁରକ୍ଷିତ ଭାବେ ଲେବାନନରେ ପହଞ୍ଚିଛନ୍ତି ଏବଂ ଉପଲବ୍ଧ ବାଣିଜ୍ୟିକ ବିମାନ ଯୋଗେ ସେମାନେ ଭାରତକୁ ଫେରିବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି, ଜମୁ-କାଶ୍ମୀରରୁ ୪୪ଜଣ ଅଛନ୍ତି, ଯେଉଁମାନେ ସଇଦା ଜେନାବରେ ଫସି ରହିଥିଲେ। ସମସ୍ତ ଭାରତୀୟ ନାଗରିକ ନିରାପଦରେ ଲେବାନନରେ ପହଞ୍ଚିଛନ୍ତି ଏବଂ ଉପଲବ୍ଧ ବାଣିଜ୍ୟିକ ବିମାନ ଯୋଗେ ଭାରତକୁ ଫେରିବେ। ସରକାର ବିଦେଶରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି। ସିରିଆରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଦମ୍ମେସକରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିବେ।

ସିରିଆରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଭୟଙ୍କର ହେଉଛି ଗୃହ ଯୁଦ୍ଧ । ସିରିଆରେ ବିଦ୍ରୋହୀମାନେ ଆଗକୁ ବଢ଼ୁଛନ୍ତି । ଉତ୍ତର ସିରିଆରେ ଘମାଘୋଟ ହେଉଛି ଯୁଦ୍ଧ । ଗୁରୁବାର ହମାମ୍ ସହକରୁ ଦଖଲ କରି ନେଇଛନ୍ତି ବିଦ୍ରୋହୀ ଜିହାଦୀ ଗ୍ରୁପ୍ । ସିରିଆର ସବୁଠୁ ବଡ଼ ସହର ଆଲେପ୍ପୋକୁ ଦଖଲକୁ ନେବା ପାଇଁ ବଡ଼ ଧରଣର ହମଲା ଆରମ୍ଭ କରିଛନ୍ତି । ସିରିଆ ସ୍ଥିତି ଉପରେ ଭାରତ ତୀକ୍ଷଣ ନଜର ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।

Comments are closed.