Latest Odisha News

ରାଜ୍ୟରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ, ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ଶୂନ୍ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୬ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୯ଟି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୯୭କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୭୦୦ ଆକ୍ରାନ୍ତ । ଏବେ ରାଜ୍ୟରେ ୭୩୨ଟି କରୋନା ଆକ୍ଟିଭ କେସ୍ ରହିଛି ।

Comments are closed.