Latest Odisha News

BREAKING NEWS

ଦୁନିଆର ସବୁଠୁ ନିଆରା ସମ୍ପର୍କ, ବାପା-ପୁଅ ସମ୍ପର୍କ

ନୂଆଦିଲ୍ଲୀ: ବାପା ପୁଅର ସମ୍ପର୍କ ଦୁନିଆରେ ସବୁଠୁ ସୁନ୍ଦର ଏବଂ ନିଆରା  । ବାପା ବୁଢା ହେଲେ ବି ସେ ନିଜ ପୁଅର ଯତ୍ନ ନେବାକୁ ଭୁଲନ୍ତି ନାହିଁ । ଠିକ୍ ସେମିତି ପୁଅ ମଧ୍ୟ ବାପାଙ୍କ ଯତ୍ନ ନେଇଥାନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ପୂର୍ବରୁ କେବେ ଦେଖି ନଥିବେ । ଏହି ଭିଡିଓଟି ଜଣେ ବାପା ଓ ପୁଅଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ରହିଛି ।

ଭିଡିଓରେ ଦେଖିବାକୁ ମିଳୁଥିବା ବାପା ଓ ପୁଅ ଯୋଡ଼ି ମଧ୍ୟରୁ ବାପାଙ୍କ ବୟସ ୧୦୫ ଥିବାବେଳେ ପୁଅଙ୍କ ବୟସ ୭୪ବର୍ଷ । ବାପା ଗୋଟିଏ ବିଛଣାରେ ଶୋଇଥିବା ବେଳେ ତାଙ୍କ ପାଖରେ ପୁଅ ବସିଛନ୍ତି। ବାପାଙ୍କ ପାଖରେ ବସି ପୁଅ ବିଭିନ୍ନ ଗୀତ ଅନୁଯାୟୀ ସିଟି ମାରୁଛନ୍ତି ଆଉ ବାପାଙ୍କୁ ଏହା କେଉଁ ଗୀତ ବୋଲି ପଚାରୁଛନ୍ତି। ପୁଅ ଜଣକ ବାପାଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପୁଅ ପଚାରୁଥିବା ପ୍ରଶ୍ନର ବି ସୁନ୍ଦର ଭାବେ ପ୍ରତିକ୍ରିୟା ଦେଉଛନ୍ତି ବାପା ।

ଜଗନ୍ନାଥନ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି,‘ଏହା ଆମ ପରିବାରର ଭିଡିଓ। ଭିଡିଓରେ ଦେଖିବାକୁ ମିଳୁଥିବା ୧୦୫ବର୍ଷର ବୃଦ୍ଧ ହେଉଛନ୍ତି ମୋ ବାପା ଓ ୭୪ବର୍ଷର ବୃଦ୍ଧ ମୋ ଭାଇ। ବାପାଙ୍କ ‌ଜାନୁଆରି ୧୯ ତାରିଖରେ ୧୦୫ତମ ଜନ୍ମଦିନ ପାଳନ କରାଯାଇଛି।’

Comments are closed.