Latest Odisha News

BREAKING NEWS

ଖାଲି ପାଦରେ ଆମେରିକା ଗଲେ ସାଉଥ ସୁପରଷ୍ଟାର ରାମଚରଣ: ଷ୍ଟାଇଲକୁ ନେଇ ଚର୍ଚ୍ଚା

ବେଳେବେଳେ ବିଭିନ୍ନ ହରକତ୍ କରି ଚର୍ଚ୍ଚାକୁ ଆସନ୍ତି ସିଲଭର ସ୍କ୍ରିନ୍‌ର ନାୟକ ଓ ନାୟିକା । କାରଣ ସେମାନଙ୍କ ଫ୍ୟାନ ଓ ଫଲୋରଙ୍କ ସଂଖ୍ୟା ଢେର ଅଧିକ । ତେଣୁ ଷ୍ଟାରମାନଙ୍କର ଛୋଟମୋଟ ଷ୍ଟାଇଲ, ନଖରା କିମ୍ବା ମନ୍ତବ୍ୟ ଚର୍ଚ୍ଚାକୁ ଆସିଥାଏ । ଏବେ ସେମିତି କିଛି ଚର୍ଚ୍ଚାକୁ ଆସିଛନ୍ତି ସାଉଥର ଅନ୍ୟତମ ସୁପରଷ୍ଟାର ରାମଚରଣ । ନିକଟରେ ଆମେରିକା ଗସ୍ତ ସମୟରେ ବିମାନବନ୍ଦରରେ ଖାଲିପାଦରେ ନଜରକୁ ଆସିଥିଲେ ରାମଚରଣ ,ଯାହାକୁ ନେଇ ଚର୍ଚ୍ଚା ଢେର ।

ସମ୍ମାନଜନକ ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିଥିଲେ ରାମଚରଣ । ତାଙ୍କ ସହିତ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଯାତ୍ରା କରିଥିଲେ । ତେବେ ଏହି ଗସ୍ତ ସମୟରେ ବିମାନବନ୍ଦରରେ ଖାଲି ପାଦରେ ଥିବା ନଜରକୁ ଆସିଥିଲେ ରାମଚରଣ । ଦେହରେ ତାଙ୍କର ଥିଲା କଳା ରଙ୍ଗର ପୋଷାକ । କିନ୍ତୁ ସେ ପାଦରେ କିଛି ପିନ୍ଧି ନ ଥିଲେ । ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ ହେବା ପରେ ଖୁବ୍ ଭାଇରାଲ ହୋଇଥିଲା । ଏହାକୁ ନେଇ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଥିଲା । ତେବେ ତାଙ୍କ ନିକଟତମ ସୂତ୍ରରୁ ସୂଚନା ଅନୁସାରେ, ରାମଚରଣ ପ୍ରତିବର୍ଷ ଆୟାପ୍ପା ଦୀକ୍ଷା ନେଇଥାନ୍ତିି । କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଏହାକୁ ପାଳନ କରିବାକୁ ପଡେ । ଏଥିରେ ଯେଉଁମାନେ ଦିକ୍ଷୀତ୍ ସେହି ଭକ୍ତମାନଙ୍କୁ ୪୮ଦିନ ଉପବାସ ରହିବାକୁ ପଡ଼ିଥାଏ । ରାମ ଚରଣ ଆୟାପ୍ପା ଦୀକ୍ଷିତ ହୋଇଥିବାରୁ ସେ ମଧ୍ୟ ନିତିନିୟମ ଭିତରେ ଚଳିଥାନ୍ତି । ଏଥିସହ ଏହି ଦିକ୍ଷିତମାନେ ଖାଲିପାଦରେ ଚାଲିବାର ବିଧି ଥିବାରୁ ସେ ଖାଲିପାଦରେ ଚାଲିଛନ୍ତି ।

Leave A Reply

Your email address will not be published.