Latest Odisha News

BREAKING NEWS

ଦେଶରେ ୫୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ଟପିଲା । ଗତ ୨୪ ଘଂଟାରେ ସାରା ଦେଶରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ , ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ହୋଇଛି । ଏହା ମଧ୍ୟରେ ୯ ଲକ୍ଷ ୭୫ ହଜାର ୮୬୧ ଆକ୍ଟିଭ୍ ମାମଲା ରହିଛି । ସୁସ୍ଥ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୮କୁ ବୃଦ୍ଧି ହୋଇଛି ।

ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୧ ହଜାର ୫୩ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୮ ହଜାର ଅତିକ୍ରମ କରିଛି । ଦେଶରେ ବର୍ତମାନ୍ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ରହିଛି ୮୮ ହଜାର ୯୩୫।

Leave A Reply

Your email address will not be published.