Latest Odisha News

BREAKING NEWS

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି ।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସରେ ଦୁଇ ପ୍ରମୁଖ ଖେଳାଳି ବେନ ଷ୍ଟୋକସ୍ ଓ ଜୋସ୍ ବଟଲର ଆଜି ଖେଳିବେ ନାହିଁ । ତେଣୁ ସେମାନଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ଚ୍ୟାଲେଂଜ ସୃଷ୍ଟି କରିଛି ।

ସେପଟେ ଧୋନି ନେତୃତ୍ୱଧୀନ ଚେନ୍ନାଇ ସୁପକିଙ୍ଗସ୍‌ରେ ଅଧିକାଂଶ ଭେଟେରାନ ଖେଳାଳି ଅଛନ୍ତି । ତେଣୁ ଧୋନି ନେତୃତ୍ୱାଧିନୀ ସିଏସକେ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ସେପଟେ ଆର୍‌ଆର୍ ଟିମ୍ ନିଜ ପ୍ରଥମ ମ୍ୟାଚରେ ବିଜୟୀ ହେବାକୁ ମଧ୍ୟ ପ୍ରୟାସ କରିବ ।

Leave A Reply

Your email address will not be published.