Latest Odisha News

BREAKING NEWS

୭୫ତମ ଗଣତନ୍ତ୍ର ଦିବସ; କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଦେଶର କୋଣ ଅନୁକୋଣରେ ଫର୍ ଫର୍ ହୋଇ ଉଡୁଛି ତ୍ରୀରଙ୍ଗା ପତାକା । ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ବନ୍ଦେ ମାଆ ତରମ୍‌ ଧ୍ବନିରେ କମ୍ପି ଉଠୁଛି ଗଗନ ପବନ । ଏହି ସ୍ବତନ୍ତ୍ର ଅବସରରେ କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ।

ଏଥିସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ ।

ପତାକା ଉତ୍ତୋଳନ ପରେ ପରେଡରେ ଅଭିଭାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଯାଉଛି । ସେହିପରି ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି।

ଏହି ଅବସରରେ ଆଜି କର୍ତ୍ତବ୍ୟପଥରେ ଏକ ନୂଆ ଧାରା ଦେଖିବାକୁ ମିଳିଥିଲା । ପ୍ରଥମେ ଶଂଖନାଦ ଓ ଭେରୀତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା ଆବାହନ । ଏହାର ମୋର୍ଚ୍ଚା ସମ୍ଭାଳିଥିଲେ ମହିଳା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରେଡ଼ ସହିତ ବିଭିନ୍ନ ରାଜ୍ୟର ରଙ୍ଗାୟତ ପ୍ରଜ୍ଞାପନ ମେଢ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଛି । ଏହାପରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଟି-୯୦ ଭୀଷ୍ମ ଟ୍ୟାଙ୍କ । ଆକାଶମାର୍ଗରେ ଗର୍ଜିଉଠିଥିଲା ରାଫେଲ ଯୁଦ୍ଧ ବିମାନ ।

ସେହିପରି ୩ ବାହିନୀର ମହିଳା ଅଫିସରଙ୍କ ବୀରତ୍ୱ ପ୍ରଦର୍ଶନ ହୋଇଛି । ପ୍ରଥମ କରି ସେନା ବାହିନୀର ମେଡିକାଲ ମହିଳା କଣ୍ଟିଜେଣ୍ଟ ସାମିଲ୍ ହୋଇଛନ୍ତି ।

Comments are closed.