Latest Odisha News

୧୪ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ୭୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

BjdElectrycity

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ବେଲଗୁଣ୍ଠା (୧), ବିଇଏମସି (୬), ଖଲିକୋଟ (୧), କୁକୁହାଖଣ୍ଡି (୪), ପୋଲସରା (୧) ଓ ସୋରଡାରୁ ଜଣେ ରହିଛନ୍ତି ।

ସେହିପରି ସୁରଟ (୩), ମୁମ୍ବାଇ (୧), ଦିଲ୍ଲୀ (୧), ସାଉଦି ଆରବରୁ ଜଣେ ଫେରନ୍ତା କରୋନା ଆକ୍ରାନ୍ତ ରହିଛନ୍ତି । ଏମାନଙ୍କର ଯାତ୍ରା ଇତିହାସ ରହିଥିବା ବେଳେ ଆଉ ୫୬ ଜଣଙ୍କର ଆକ୍ଟିଭ କଣ୍ଟାକ୍ଟ ପଜିଟିଭ କେସ୍ ରହିଛି ।

ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.