Latest Odisha News

BREAKING NEWS

ବଜାରକୁ ଆସିଲା ଟାୱେଲ-ସ୍କର୍ଟ, ଦାମ ଜାଣିଲେ ହୋସ ଉଡ଼ିଯିବ

ବଜାରକୁ ଆସିଲା ଟାୱେଲ ସ୍କର୍ଟ । ଏହି ସ୍କର୍ଟକୁ ଲୋକେ ବି ଖୁବ୍ ପସନ୍ଦ କରୁଛନ୍ତି । ଆଉ ଏହାର ଦାମ୍ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ବିଳାସମୟ ପୋଷାକପତ୍ର ନିର୍ମାଣ କରୁଥିବା ‘ବାଲେନ୍‌ସିଆଗା’ କମ୍ପାନି ନିକଟରେ ଏହି ସ୍କର୍ଟ ତିଆରି କରି ଚର୍ଚ୍ଚାକୁ ଆସିଛି । ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଏହି ସ୍କର୍ଟଟି ଦେଖିବାକୁ ଠିକ୍ ଏକ ଟାୱେଲ ପରି । କମ୍ପାନି ପକ୍ଷରୁ ସଦ୍ୟ ବଜାରକୁ ଛଡ଼ାଯାଇଥିବା ଏହି ‘ଟାୱେଲ୍‌-ସ୍କର୍ଟ’ର ମୂଲ୍ୟ ୯୨୫ ଡଲାର ବା ପ୍ରାୟ ୭୭ ହଜାର ଟଙ୍କା ରହିଛି । ୨୦୨୪ ମସିହାର ଫଲ୍ କଲେକ୍ସନ୍ ପାଇଁ ଉଦ୍ଦିଷ୍ଟ ଏହି ‘ଟାୱେଲ-ସ୍କର୍ଟ’କୁ ସୋସିଆଲ ମିଡ଼ିଆରେ ପ୍ରବଳ ସମାଲୋଚନା କରାଯାଉଛି । ଏହି ସାମାନ୍ୟ ବସ୍ତ୍ର ପାଇଁ ଏଭଳି ଚଢା ଦରକୁ ସମାଲୋଚକମାନେ ନାପସନ୍ଦ କରିଛନ୍ତି ।

ଫେସନ୍ ନିର୍ଦ୍ଦେଶକ ଡେମନା ଗ୍ୱାସାଲିଆଙ୍କ ନେତୃତ୍ୱରେ ଏହି କମ୍ପାନି ବିଭିନ୍ନ ଅଜବ ଢଙ୍ଗର ପୋଷାକ ବଜାରକୁ ଛାଡ଼ିବାରେ ମାହିର । ସେଗୁଡ଼ିକର ମୂଲ୍ୟ ଅବିଶ୍ୱସନୀୟ ଭାବେ ଚଢା ହୋଇଥାଏ । ପୂର୍ବରୁ ଉକ୍ତ ଫେସନ୍ କମ୍ପାନି ପକ୍ଷରୁ କମ୍ବଳ ରଖିବା ଲାଗି ଉଦ୍ଦିଷ୍ଟ ବ୍ୟାଗ୍ ପରି ଏକ ହାଣ୍ଡବ୍ୟାଗ୍ ବଜାରକୁ ଛଡ଼ାଯାଇଥିଲା, ଯାହାର ମୂଲ୍ୟ ଅବିଶ୍ୱନୀୟ ଭାବେ ୧.୪ ଲକ୍ଷ ଟଙ୍କା ରହିଥିଲା ।

Leave A Reply

Your email address will not be published.