Latest Odisha News

BREAKING NEWS

‘ଟାଇଗର-୩’ରେ ଚୁମ୍ବନ ଦୃଶ୍ୟ ରଖିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ ଇମ୍ରାନ ହାସମୀ

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ । ଏହି ଫିଲ୍ମର ଟିଜର ରିଲିଜ୍ ପରଠାରୁ ଏହା ଚର୍ଚ୍ଚାରେ ରହିଥିଲା । ଏବେ ଫିଲ୍ମଟି ୨୦୦ କୋଟି ଆୟ କରି ସାରିଥିବା ବେଳେ ଫିଲ୍ମର ଖଳନାୟକ ଇମ୍ରାନ ହାସମୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏକ ସାକ୍ଷାତକାରରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ଇମ୍ରାନ ସବୁ ଚଳଚ୍ଚିତ୍ରରେ ଚୁମ୍ବନ ଦୃଶ୍ୟ କରିଥାନ୍ତି । କିନ୍ତୁ ସଲମାନଙ୍କ ଫିଲ୍ମ ଟାଇଗର-୩ରେ ତାଙ୍କର ଗୋଟିଏ ବି ଅନ୍ତରଙ୍ଗ ଦୃଶ୍ୟ ନାହିଁ । ବର୍ତ୍ତମାନ ଇମ୍ରାନ ଏହା ପଛର କାରଣ ଜଣାଇଛନ୍ତି ।

ଇମ୍ରାନ୍ କହିଛନ୍ତି ଯେ, ଫିଲ୍ମରେ ମୋର ଗୋଟିଏ ଚୁମ୍ବନ ଦୃଶ୍ୟ ରଖିବାକୁ ମୁଁ ମନୀଷଙ୍କୁ ବହୁତ କହିଥିଲି । ଏହା ସହ ମୋର ଗୋଟିଏ ଗୀତ ମଧ୍ୟ ରଖିବାକୁ କହିଥିଲି । ହେଲେ ହୋଇପାରିଲା ନାହିଁ । ଇମ୍ରାନଙ୍କଠାରୁ ଏହା ଶୁଣି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଜାଳିଆ ଢ଼ଙ୍ଗରେ ପ୍ରତିକ୍ରିୟା ଦେଇ କହୁଛନ୍ତି ଯେ, ଏଥର ତ ହୋଇପାରିଲା ନାହିଁ । ଆଗକୁ ଦେଖିବା । ତେବେ ଫିଲ୍ମ ଦେଖିବା ପରେ ଦର୍ଶକଙ୍କୁ ସଲମାନଙ୍କ ସହ କ୍ୟାଟ୍ରିନା ଓ ଇମ୍ରାନ ହାସମୀଙ୍କ ଚରିତ୍ର ଖୁବ ପସନ୍ଦ ଆସିଛି । ଫିଲ୍ମରେ ଏକାଧିକ ସସପେନ୍ସ ରହିଥିବାରୁ ଏହା ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଛି ।

Leave A Reply

Your email address will not be published.