ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟ । ଗଲା ୨୪ ଘଂଟାରେ ଦେଶରେ ୭୭୩ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛନ୍ତି । ସେହିପରି ୩୨ ଜଣଙ୍କ ମୃତ୍ୟୁ ହୋଇଛି ।
ଏହାକୁ ମିଶାଇ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୫୧୧୯ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୯ରେ ପହଂଚିଛି । ସେହିପରି ୪୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।
ସେ ଆହୁରି କହିଛନ୍ତି ଯେ, ଦେଶରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର କୌଣସି ଅଭାବ ନାହିଁ ଓ ଭବିଷ୍ୟତରେ ଏହି ଔଷଧର ଅଭାବ ଦେଖାଯିବାର ସମ୍ଭାବନା ନାହିଁ । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ କେତେକ ବିଶେଷ କ୍ଷେତ୍ରରେ ରୋଗୀ ଓ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥାଏ । ଏହା କେବଳ ଡାକ୍ତରଙ୍କ ପରାମର୍ଶରେ ହିଁ ନିଆଯାଇପାରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ହସପିଟାଲ ଗୁଡ଼ିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଏଥିପାଇଁ ହସପିଟାଲ ଗୁଡ଼ିକରେ ବ୍ୟବହାରଗତ ପରିବର୍ତ୍ତନ ଉପରେ ବିଚାର କରାଯାଉଛି ।
BREAKING NEWS
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍

Comments are closed.