Latest Odisha News

ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୋଧୂଳି ସାହିତ୍ୟ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦର ମିଳିତ ସହଯୋଗରେ , ଜାତୀୟ ଅଭିଲେଖାଗାରଠାରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସୁଚେତା ରାଉତଙ୍କ ସଭାପତିତ୍ୱରେ ସ୍ୱର୍ଗତଃ ବାରିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କବିତା ଆସର ଓ ଆଲୋଚନା ସଭା ଆୟୋଜିତ ହୋଇଯାଇଛି।

ଏହି ଆଲୋଚନା ସଭାରେ ସତ୍ୟ ନାରାୟଣ ମିଶ୍ର, ଆରତୀ କର ଏବଂ ଆଲୋକ ପଢିହାରୀ ପ୍ରମୁଖ ଦିବଙ୍ଗତ କବିଙ୍କ ସାହିତ୍ୟିକ ଯାତ୍ରା ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋଧୂଳି ସାହିତ୍ୟ ସଂସଦର ସମ୍ପାଦିକା ବିମଳା ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କାନନବାଳା ପଟ୍ଟନାୟକ ଓ ବୀଣାପାଣି ଚୌଧୁରୀ ସଂଯୋଜନା କରିଥିଲେ ଏବଂ ପରିଶେଷରେ ମନୋଜ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.