ଭୁବନେଶ୍ଵର: ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ତିକ୍ତତା। ବିଭିନ୍ନ କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ, ସୁଧାର ଆଣିବା ପାଇଁ କରାଯାଉଛି ଉଦ୍ୟମ। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ଜବତ ହୋଇଛି ୨ଟି ବାଂଲାଦେଶୀ ମାଛଧରା ଟ୍ରଲର। ଦୁଇ ଟ୍ରଲର ସହ ୭୮ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ତଟରକ୍ଷୀ ବାହିନୀ।
ସୂଚନା ଅନୁଯାୟୀ, ଭାରତୀୟ ଜଳ ସୀମାରେ ୭୮ ଜଣ ବାଂଲାଦେଶୀ ଚଳପ୍ରଚଳ କରୁଥିବା ତଟରକ୍ଷୀ ବାହିନୀକୁ ସୂଚନା ମିଳିଥିଲା। ଖବର ପାଇ ବାଂଲାଦେଶୀ ଟ୍ରଲର ଉପରେ ଅତର୍କିତ ଚଢ଼ାଉ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ। ତଟରକ୍ଷୀ ବାହିନୀ ପକ୍ଷରୁ ସମସ୍ତ ବାଙ୍ଗଲାଦେଶୀଙ୍କୁ ଅଟକ ରଖାଯାଇଛି। ତଟରକ୍ଷୀ ବାହିନୀ ସେମାନଙ୍କୁ ସାମୁଦ୍ରିକ ଥାନା ପୁଲିସକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିବା ସହ ଟ୍ରଲର ଦୁଇଟିକୁ ପାରାଦୀପରେ ରଖିଥିବା ଜାଣିବାକୁ ମିଳିଛି।
ତେବେ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏଥିପାଇଁ ଦେଶର ସମୁଦ୍ର ସୀମା ସହିତ ପାରାଦ୍ବୀପରେ ମଧ୍ୟ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏପରିକି ସନ୍ଦେହ ହେଉଥିବା ଲୋକଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି।
ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସା ପରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାୟନ କରିଛନ୍ତି। ତେବେ ହସିନା ଦେଶ ଛାଡ଼ିବା ପରେ ବାଂଲାଦେଶରେ ହିନ୍ଦୁମାନଙ୍କର ଉପରେ ନିର୍ଯାତନା ବଢ଼ି ଚାଲିଛି। ନିକଟରେ ଇସ୍କନର ପୂଜାରୀ ଚିନ୍ମୟ କ୍ରିଷ୍ଣ ଦାସଙ୍କୁ ଗିରଫ, ୨ଟି ଇସ୍କନ ମନ୍ଦିରରେ ନିଆଁଲଗାଇବା ପରେ ଉତ୍ତେଜନା ଆହୁରି ବଢ଼ିବାରେ ଲାଗିଛି।
Comments are closed.