Latest Odisha News

BREAKING NEWS

ଓଡିଶାରେ ୧୦ ବର୍ଷରେ ଯାଇଛି ୮୫୭ ହାତୀଙ୍କ ଜୀବନ

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ଶୀତ ଅଧିବେଶନ । ଏହା ଭିତରେ ଭିତରେ ମଙ୍ଗଳବାର ହାତୀ ମୃତ୍ୟୁ ନେଇ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।

ଜଙ୍ଗଲ, ପରିବେଶ ଓ ଜଳବାୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି ଯେ, ୧୦ ବର୍ଷ ମଧ୍ୟରେ ୮୫୭ ହାତୀ ମୃତ୍ୟୁ ବରଣ କରିଛନ୍ତି । ସେଥିମଧ୍ୟରୁ ୩୦୫ ହାତୀ ନାନା ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ, ୧୪୯ ଟି ହାତୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି । ସେହିପରି ପ୍ରାକୃତିକ କାରଣରୁ ୨୨୯ ହାତୀ ମୃତ୍ୟୁବରଣ କରିଛନ୍ତି ।

ମନ୍ତ୍ରୀ ସିଂଖୁଣ୍ଟିଆ ଆହୁରି କହିଛନ୍ତି, ୧୦ ବର୍ଷରେ ୩୦ଟି ଶିକାର ହୋଇଛନ୍ତି । ସେହିପରି, ଟ୍ରେନ୍ ଦୁର୍ଘଟଣାରେ ୨୯ଟି ହାତୀ, ପ୍ରତିହିଂଶା ପରାୟଣ ଦ୍ୱାରା ୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି ।

୨୦୧୫ ମସିହାରେ ଥିଲେ ୧୯୫୪ ହାତୀ । ୨୦୧୭ ମସିହାରେ ସଂଖ୍ୟା ବଢି ୧୯୭୬ ପହଁଚିଥିଲା । ଆଉ ୨୦୨୪ ରେ ସଂଖ୍ୟା ବଢି ୨୦୯୮ରେ ପହଞ୍ଚିଛି । ୨୦୨୪ ନମଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧୦୩ ରହିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।

Comments are closed.