Latest Odisha News

BREAKING NEWS

ଶୀତରେ ଥରୁଛି କାବୁଲ : ୭୮ଜଣଙ୍କ ମୃତ୍ୟୁ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଶୀତର ଲହରୀ । ଯାହା ଫଳରେ  ସପ୍ତାହକ ମଧ୍ୟରେ କାବୁଲରେ ପ୍ରାୟ ୭୮ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଲିବାନ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ଦ୍ବାରା ପ୍ରାୟ ୧୦ ଲକ୍ଷ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଆର୍ଥିକ ସହାୟତା ଦିଆଯାଇଛି।

କାବୁଲର ଶିଲା ନାମକ ଜଣେ ମହିଳା ଯିଏକି ୧୦ଟି ପିଲାର ମା’। ଶିଲା କହିଛନ୍ତି, ଘରେ ହିଟର ନାହିଁ। ଘର ଉଷୁମ କରିବାପାଇଁ କାଠ କିଣିବାପାଇଁ ବି ଆମ ପାଖରେ ଟଙ୍କା ନାହିଁ। ଆମେ ସମସ୍ତେ ଗୋଟିଏ କମ୍ବଳ ତଳେ ଶୋଉଛୁ।

ତେବେ ଶୀତ ପାଇଁ କାବୁଲରେ ଦେଖାଦେଇଛି ସଙ୍କଟ ।  ମଙ୍ଗଳବାର ପାଖପାଖି୨୦୦ରୁ ଅଧିକ  ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

 

Comments are closed.