ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଖୁବ୍ ଶୀଘ୍ର ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ସ୍କ୍ରିନ୍ରେ ତାଙ୍କ ସହିତ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ନଜରକୁ ଆସିବେ । ଅମନଙ୍କର ମଧ୍ୟ ଏହା ଡ଼େବ୍ୟୁ ଫିଲ୍ମ । ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କ ପରବର୍ତ୍ତୀ ସିନେମାରେ ଉଭୟଙ୍କୁ ନେଉଥିବା ଜଣାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ସ୍ଥିର ହୋଇନାହିଁ । କିନ୍ତୁ ଏହା ଏକ ଆକ୍ସନ ଆଡ଼ଭେନଚର ଫିଲ୍ମ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
କିଛିଦିନ ହେବ ସୋସିଆଲ ମିଡିଆରେ ରାଶାଙ୍କୁ ବହୁ ମାତ୍ରାରେ ଦେଖିବାକୁ ମିଳୁଥିଲା । ଏମିତିକି ରବିନାଙ୍କ ସହ ରାଶାଙ୍କୁ ମଧ୍ୟ ଅଧିକାଂଶ ସମୟ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା । ସେ ସମୟରେ ଚର୍ଚ୍ଚା ହେଉଥିଲା ଯେ, ବହୁତ ଶୀଘ୍ର ରବିନାଙ୍କ ଝିଅ ବଲିଉଡ଼ରେ ପାଦ ଦେବେ, ଯାହା ଏବେ ସତ ପ୍ରମାଣିତ ହୋଇଛି ।
BREAKING NEWS
- ୨ ଉପମୁଖ୍ୟମନ୍ତ୍ରୀ ପଦବୀ ମାମଲା:ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
- ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ
- Heavy Rain: କାଲି ଏହି ଜିଲ୍ଲାର ସମସ୍ତ ଅଙ୍ଗନବାଡି ,ସ୍କୁଲ୍ ଛୁଟି
- ଡକ୍ଟର ପ୍ରତିଭା ରାୟଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ସାହିତ୍ୟ ଅକାଦେମୀ ଫେଲୋସିପ୍ ପ୍ରଦାନ
- ଭୁବନେଶ୍ୱରବାସୀଙ୍କ ମୌଳିକ ସମସ୍ୟା ପ୍ରତି ଚରମ ଅବହେଳା ପ୍ରତିବାଦରେ ବି.ଏମ୍.ସି. ଘେରିଲା ଓଜେସି
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…

Comments are closed.