Latest Odisha News

BREAKING NEWS

ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବ‌େ ଜୋ ବାଇଡେନ୍‌

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ, ଜାନୁଆରୀ ୨୦, ୨୦୨୧ ରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଦେଶର ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବେ। ନଭେମ୍ବର ୨୦୨୦ ରେ ତାଙ୍କୁ ୭୮ ବର୍ଷ ହୋଇଛି। ଏହାଛଡ଼ା ତାଙ୍କ ପୂର୍ବରୁ ସବୁଠାରୁ ବୟସ୍କ ରାଷ୍ଟ୍ରପତି ଥିଲେ ଡୋନାଲ୍ଡ ଟ୍ରମ୍ପ୍‌।

ବାଇଡେନଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଜୋସେଫ ଆର ବାଇଡେନ। ଏହାପୂର୍ବରୁ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଶାସନରେ ଉପ-ରାଷ୍ଟ୍ରପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଭାରତୀୟ ମୂଳ ଉପାଧ୍ୟକ୍ଷ ଭାବରେ ବାଇଡେନ ଶପଥ ଗ୍ରହଣ କରିବେ। ଆମେରିକୀୟ ଇତିହାସର ଏହା ୫୯ ତମ ଶପଥ ଗ୍ରହଣ ସମାରୋହ ହେବ।

ରାଷ୍ଟ୍ରପତି ନିର୍ବାଚନ ବିଜୟ ପରେ ତାଙ୍କ ସହର ୱିଲମିଙ୍ଗଟନ୍, ଡେଲାୱେରରେ ଏକ ଉତ୍ସବର ପରିବେଶ ରହିଛି। ବିଜୟ ପରେ ସେ ଏଠାରେ ଦେଇଥିବା ଅଭିଭାଷଣରେ ସେ ଆମେରିକାକୁ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ। 
Leave A Reply

Your email address will not be published.