Latest Odisha News

BREAKING NEWS

ଦିଲ୍ଲୀରେ ୨୦୦ ଟପିଲା ଓମିକ୍ରନ୍ କେସ୍, ଦେଶରେ ୭୮୧ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ୨୧ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସାରା ଦେଶରୁ ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୭୮୧ ଜଣ । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ । ଦିଲ୍ଲୀରେ ମାଡ଼ି ଚାଲିଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ପାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶର ରାଜଧାନୀରୁ ବାହିରଛି ୨୩୮ ନୂଆ ଭାରିଆଣ୍ଟ କେସ୍ ।

ମହାରାଷ୍ଟ୍ରରୁ ଏଯାଏ ୧୬୭ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାର ଏହି ନୂଆ ଭାରିଆଣ୍ଟରେ କେହି ସଂକ୍ରମିତ ହୋଇ ନାହାନ୍ତି । ଗୁଜରାଟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଛୁଇଁଛି । କେରଳରେ ଏହି ସଂଖ୍ୟା ୬୫ । ତେଲେଙ୍ଗାନାରେ ୬୨, ରାଜସ୍ଥାନରେ ୪୬, କର୍ଣ୍ଣାଟକ ଓ ତାମିଲନାଡୁରେ ୩୪ ଜଣ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦେଶରେ ଓମିକ୍ରନରୁ ସୁସ୍ଥ ହେଲେଣି ୨୪୧ ଜଣ । ଓମିକ୍ରନ୍ ଯୋଗୁ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୯ହଜାର ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ ୭୭ହଜାରୁ ବୃଦ୍ଧି ପାଇଛି । ସଂକ୍ରମଣ ବଢୁଥିବାରୁ କଟକଣା ବି କଡ଼ାକଡ଼ି ହେଲାଣି ।

Leave A Reply

Your email address will not be published.