Latest Odisha News

BREAKING NEWS

ସ୍ୱପ୍ନର ବୟସ ନ ଥାଏ, ୭୪ ବର୍ଷରେ ବି ନିର୍ମାଣ କରୁଛନ୍ତି ଇସ୍ରୋ ପାଇଁ ମଡେଲ

ନୂଆଦିଲ୍ଲୀ: ମସୁରୀର ରାମଜୀ ସ୍ୱାମୀନାଥନ ସ୍ପଷ୍ଟ ଭାବେ ପ୍ରମାଣିତ କରିଛନ୍ତି ଯେ, ସ୍ୱପ୍ନ ବୟସ ନ ଥାଏ । ୭୪ ବର୍ଷୀୟ ସ୍ୱାମୀନାଥନ ଏବେ ବି ଇସ୍ରୋ ପାଇଁ ରକେଟ ଓ ସାଟେଲାଇଟର ମଡେଲ ପ୍ରସ୍ତୁତ କରୁଛନ୍ତି । ମିନିଏଚର ମଡେଲରେ ତାଙ୍କ ପରି କେହି ନିଖୁଣ କାର୍ଯ୍ୟ କରିପାରୁ ନାହାନ୍ତି । ତାମିଲନାଡୁର ତଞ୍ଜାପୁର ଜିଲ୍ଲାରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ବାପା ଏବଂ ଜେଜେବାପା ଇଂଜିନିୟର ଥିଲେ । ରାମଜୀଙ୍କୁ ୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ଏକ ମଡେଲ ନିର୍ମାଣ ପ୍ରଣାଳୀ ବହି ଉପହାର ଦେଇଥିଲେ । ଏହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ମେକାନିକାଲ ଇଂଜିନିୟରିଂ କରିବା ପରେ ସେ କିଛି ଦିନ ଇଂଟେରିୟର ଡିଜାଇନ କରିଥିଲେ । ଏହା ଭଲ ଚାଲିଥିଲା ମଧ୍ୟ । ତାଙ୍କ ଅଧିନରେ ୧୫୦ ଲୋକ କାମ କରୁଥିଲେ । ପରେ ଅବଶ୍ୟ ଏହ ବନ୍ଦ ହୋଇ ଯାଇଥିଲା ।

୨୦୧୮ରେ ସେ ଇସ୍ରୋ ପାଇଁ ଏକ ପିତଳର ରକେଟ ମଡେଲ ପ୍ରସ୍ତୁତ କରିଥିଲେ । ସିବିପିଓ ଟିମ ଏହି ମଡେଲ ନେଇ ବହୁତ ଖୁସି ହୋଇଥିଲେ । ସେବେଠାରୁ ସେ ଇସ୍ରୋ ପାଇଁ ମଡେଲ ପ୍ରସ୍ତୁତ କରୁଛନ୍ତି । ସେ ଚନ୍ଦ୍ରଯାନର ୧,୨ ଓ ୩ଠାରୁ ଆରମ୍ଭ କରି ଗଗନଯାନର ମଡେଲ ପ୍ରସ୍ତୁତ କରିଛନ୍ତି । ଏବେ ସେ କୋଟି କୋଟି ଟଙ୍କାର ଆୟ କରୁଛନ୍ତି । ସେଥିପାଇଁ କୁହାଯାଏ ସ୍ୱପ୍ନର ଏକ୍ସପାୟରୀ ଡେଟ ନଥାଏ ।

Leave A Reply

Your email address will not be published.