Latest Odisha News

ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ପ୍ରକାଶ

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଆଜି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଶ୍ୱଜିତ ଷଡଙ୍ଗୀ, ସଂଗ୍ରାମ ପାତ୍ର, ନିଳାଦ୍ରୀ ପାତ୍ର, ଅଙ୍କୁଶ ବର୍ମା, ସଞ୍ଜଳୀ ମୁର୍ମୁ, ପ୍ରକାଶ ମଲ୍ଲିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସାଧାରଣ ସଂପାଦକ ଭାବେ ଦୀପକ ଗୋଚ୍ଛାୟତ ଓ ସୁଜିତ୍ ସିଂହ, ରାଜ୍ୟ ସଂପାଦକ ଭାବେ ସୁବ୍ରତ ବିଶ୍ୱାଳ, ଜୀବନ ରାଉତ, ଗଗନ ଓଝା, ମାନସ ସାହୁ, ଟୁଟୁନ ପାତ୍ର ଓ ପ୍ରକାଶ ପାଇକରାୟ, କୋଷାଧ୍ୟକ୍ଷ ଭାବେ ରାଜେଶ ମହାକୁଡ ଏବଂ ସହ କୋଷାଧ୍ୟକ୍ଷ ଭାବେ ଆଶୁତୋଷ ସାହୁ, କାର୍ଯ୍ୟାଳୟ ସଂପାଦକ ଭାବେ ଆଶୁତୋଷ ବେହେରା, ଗଣମାଧ୍ୟମ ସଂଯୋଜକ ଭାବେ ସ୍ମରଜିତ୍ ମହାନ୍ତି, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ଯୁବ ମୋର୍ଚ୍ଚାର ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକ ଭାବେ ୭୭ ଜଣ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୯ ଜଣ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୩୧ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପଣ୍ଡା ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି।

Comments are closed.