Latest Odisha News

BREAKING NEWS

ସପ୍ତମ ଆଲିଆନ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସେମିଫାଇନାଲରେ ସମରସେଟ୍  

ଭୁବନେଶ୍ୱର: ଆଲିଆନ୍ସ କ୍ରିକେଟ୍ କ୍ଲବ ପକ୍ଷରୁ ଆୟୋଜିତ ସପ୍ତମ ଆଲିଆନ୍ସ କପ୍ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ରବିବାର ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ସମରସେଟ୍ ଦଳ । । ରବିବାର ମ୍ୟାଚରେ ଟେନିସ୍ ଷ୍ଟାର ଦଳକୁ ଭେଟିଥିଲା ସମରସେଟ୍ । ପ୍ରଥମେ ଟେନିସ୍ ଷ୍ଟାର ଦଳ ଟସ ଜିତି ବ୍ୟାଟିଂ ଆରମ୍ଭ କରି କରିଥିଲା । ୬ ଓଭରରେ ୫ ୱିକେଟ ହରାଇ ୪୫ ରନ୍ କରିଥିଲା ଟେନିସ୍ ଷ୍ଟାର ଦଳ ।

ଜବାବରେ ସମରସେଟ ୫.୪ ଓଭରରେ ୪ ୱିକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ବିଜୟ ସହ ଦଳ ସେମି ଫାଇନାଲରେ ପହଞ୍ଚିଛି । ଦଳ ପକ୍ଷରୁ ସର୍ବାଧିକ ୨୬ ରନ୍ କରିଥିବା ପାର୍ଥସାରଥୀ ମହାପାତ୍ର ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଆଜିର ମ୍ୟାଚରେ ଅତିଥି ଭାବେ ଅଲେଖ ଚରଣ ସାହୁ ଓ ବିଚିତ୍ରାନନ୍ଦ ଖୁଣ୍ଟିଆ ଯୋଗ ଦେଇଥିଲେ ।

Leave A Reply

Your email address will not be published.