Latest Odisha News

BREAKING NEWS

ବଡ଼ଭାଇକୁ ଜୀଅନ୍ତା ପୋଡ଼ି ମାରିବାକୁ ସାନଭାଇର ଉଦ୍ୟମ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗା ଝାଡ଼ମାଳ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଭାଇକୁ ଜାଳିଦେବାକୁ ଭାଇର ଉଦ୍ୟମ । ବଡ଼ଭାଇ ଶୋଇଥିବା ବେଳେ ସାନଭାଇ ଘରେ ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର ପ୍ରଧାନକୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଅବସ୍ଥା ସଂକଟାପନ୍ନ ଥିବାରୁ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରବିବାର ପ୍ରାୟ ଦିନ ୧ଟା ସମୟରେ ବଡ଼ଭାଇ ବିଚିତ୍ର ଶୋଇଥିବା ବେଳେ ସାନଭାଇ ପବିତ୍ର ପ୍ରଧାନ ହତ୍ୟା ଉଦ୍ୟମ କରିଥିଲା । ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ବିଚିତ୍ର ଘରୁ ଦାଣ୍ଡକୁ ବାହାରି ଆସିଥିଲେ ।

ଘରୁ ବିଚିତ୍ର ବାହାରି ଆସିଥିବା ବେଳେ ଚାଳଛପର ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଘଟଣାରେ ସାନଭାଇ ପବିତ୍ର ପ୍ରଧାନକୁ ଅଟକ ରଖି ରାଜକନିକା ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.