Latest Odisha News

BREAKING NEWS

କଂସଙ୍କ ରାଜୁତିରେ ଦୁଲୁକୁଛି ବରଗଡ; କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମାନସ ମନ୍ଥନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୭ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମହାରାଜା କଂସ ଅକ୍ରୁରଙ୍କ ସହ ଆଲୋଚନା କରିବା ସହ ଚିଟାଉ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜମାନେ ସହାୟତା କରିବାକୁ ପ୍ରତିଶୃତି ଦେବାପରେ ଧନୁଯାତ୍ରା ଆୟୋଜିତ କରିବା ଲାଗି ସ୍ଥିର ହୋଇଛି । ଏହି ଯାତ୍ରାକୁ ୨ ଭାଇଙ୍କୁ ନିମନ୍ତ୍ରଣ କରିବା ଲାଗି ମନ୍ତ୍ରୀ ଅକ୍ରୁରଙ୍କ ସହ କଂସ ମହାରାଜ ବିଚାର ବିମର୍ଶ କରିଛନ୍ତି । ଏପରିକି ତାଙ୍କୁ ନିମନ୍ତ୍ରଣ କରିବାକୁ ଯିବା ପାଇଁ ମଧ୍ୟ କଂସ ଅକ୍ରୁରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ଅବସରରେ ବରଗଡ ସହର ସଜ୍ଜେଇ ହୋଇ ମଥୁରା ନଗରୀର ରୂପ ନେଇଛି । ଅମ୍ବାପାଲି ଏବେ ଗୋପପୁର ପାଲଟିବା ଆଉ ଜୀରା ନଈ ଯମୁନା ନଦୀ ଭାବେ ପରିଚିତ ପାଇବ ।

ଏହି ଧନୁଯାତ୍ରା ମାଧ୍ୟମରେ ଦ୍ୱାପର ଯୁଗରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଓ କଂସର କ୍ରୁର ଶାସନ ସହ ତା’ର ବଦ୍ଧକୁ ଅତି ନିକଟରୁ ଅନୁଭବ କରିପାରିବେ ଦର୍ଶକମାନେ । ଯାହାଫଳରେ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଦେଖିବା ଲାଗି ରାଜ୍ୟ ତଥା ଦେଶବିଦେଶରୁ ଦର୍ଶକଙ୍କର ସୁଅ ଛୁଟୁଛି ବରଗଡକୁ ।

ଏହି ୧୧ ଦିନ ଯାତ୍ରା ମଧ୍ୟରେ କଂସ ମହାରାଜାଙ୍କ କ୍ରୁରତା ତଥା ଶାସନ, ଉଗ୍ରସେନଙ୍କ ଗାଦିଚ୍ୟୁତ୍ ଏବଂ ଦେବକୀ ଓ ବସୁଦେବଙ୍କ ବିବାହ ତଥା ଦେବବାଣୀ ଆଦି ଦେଖିବାକୁ ମିଳିବ ।

ଅନ୍ୟପକ୍ଷରେ ଧନୁଯାତ୍ରା ପାଇଁ ସ୍ଥାନୀୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.