Latest Odisha News

BREAKING NEWS

ଜିଏସଟି ଠକେଇ ଅଭିଯୋଗରେ ମୈଥନ ଇସ୍ପାତର ୨ ଅଧିକାରୀ ଗିରଫ

ଯାଜପୁର: ପାଖାପାଖି ୨୩ କୋଟି ଟଙ୍କାର୍ ଜିଏସଟି ଠକେଇ ଅଭିଯୋଗରେ ସୋମବାର ଦିନ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ମୈଥନ ଇସ୍ପାତର ଦୁଇ ଅଧିକାରୀ ଗିରଫ ହୋଇଛନ୍ତି ! ଜିଏସଟି ଗୁଇନ୍ଦାର ଭୁବନେଶ୍ୱର ଜୋନାଲ ୟୁନିଟ ଏହି ଦୁଇ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ମୈଥନ ଇସ୍ପାତର ଜେନେରାଲ ମ୍ୟାନେଜର (ଫାଇନାନ୍ସ) ମାନସ ରଞ୍ଜନ ଏବଂ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର(ଟ୍ୟାକ୍ସେସନ) ସୁରେନ୍ଦ୍ର କୁମାର ପାତ୍ର ।

ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ବେଳେ ମାନସଙ୍କୁ କୋଲକାତାରୁ ଗିରଫ କରାଯାଇଛି । ଘଟଣାର ଅଧିକ ଖୋଲତାଡ଼ ନିମନ୍ତେ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଜିଏସଟି ଗୁଇନ୍ଦା ବିଭାଗ ଯୋଜନା କରୁଥିବା ଜଣାପଡିଛି !

Leave A Reply

Your email address will not be published.