Latest Odisha News

BREAKING NEWS

ମୈତ୍ରେୟୀ ଲେଖିକା ସଙ୍ଗଠନର ସପ୍ତମ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନ ପକ୍ଷରୁ ‘ ମୋ ବର୍ଣ୍ଣବୋଧ’ ବିଷୟକୁ ନେଇ ଚଳିତ ବର୍ଷର ସପ୍ତମ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ନିବେଦିତା ନନ୍ଦଙ୍କ ଉତ୍କଳ ବନ୍ଦନା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ ପରେ, ସ୍ୱପ୍ନା ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିତ୍ସକ ଦେବାଶିଷ ଜ୍ୟେଷ୍ଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ଣ୍ଣବୋଧ ବିଷୟ ଉପରେ ଆଲୋଚନା କରି ବଡ଼ମାନଙ୍କ ପାଇଁ ବର୍ଣ୍ଣବୋଧଟିଏ ଲେଖାଯିବା ନିହାତି ଆବଶ୍ୟକ ଯାହା ନିର୍ଭୁଲ ଉଚ୍ଚାରଣ ଶିଖେଇବା ସହିତ ଅକ୍ଷରକୁ ନେଇ ଉଠୁଥିବା ଅନେକ ଦ୍ବନ୍ଦ୍ୱର ସହଜ ସମାଧାନ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଗାଳ୍ପିକା ବିସ୍ମିତା ରାଣୀ ସାହୁଙ୍କର ଗଳ୍ପ ସଙ୍କଳନ ଉଇଁ ଆସୁଥିବା ଜହ୍ନକୁ ଯାଜ୍ଞସେନୀ ହୋତା ଏବଂ ଅନିତା ପାଣି ସମୀକ୍ଷା କରିଥିଲେ । ଏହି ଆସରରେ ପ୍ରଦତ୍ତ ବିଷୟ ଉପରେ ସୁଷମା ପରିଜା, ସୁଜାତା ମହାପାତ୍ର, ମାଧବୀ ପଟେଲ, ସସ୍ମିତା ମହାନ୍ତି, ମହାଶ୍ୱେତା ପାଣିଗ୍ରାହୀ, ସୁସ୍ମିତା ପଟେଲ ଏବଂ ପଦ୍ମାଳୟା ମିଶ୍ର ପ୍ରମୁଖ ନିଜର ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ ଏବଂ କବୀ ସଙ୍ଘମିତ୍ରା ରାଏଗୁରୁ ସେସବୁର ସମୀକ୍ଷା କରିଥିଲେ ।

ମିତା ପଟ୍ଟନାୟକ ଉପସ୍ଥାପନା ଏବଂ ବିଶ୍ଵ ଭାରତୀ ଦାସଙ୍କ ସ‍ଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସମ୍ପାଦିକା ଲକ୍ଷ୍ମୀ ଚାନ୍ଦ ସଙ୍ଗଠନ ସମ୍ବନ୍ଧିତ ନିଜର ଅଭିମତ ରଖିଥିଲେ ଏବଂ ପରିଶେଷରେ ପ୍ରଭାତୀ ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରି କରିଥିଲେ।

Leave A Reply

Your email address will not be published.