Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ଶ୍ରୀରାମ ଜନ୍ମରୁ ପାରମ୍ପରିକ ସାହିଯାତ ଆରମ୍ଭ

 ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ | ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଜାତରେ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ଚାଲିବ | ଗତକାଲି ପ୍ରଥମ ଦିନରେ କାଳିକାଦେବୀ ସାହି ପକ୍ଷରୁ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି କରାଯାଇଥିବା ବେଳେ ଆଜି ଦଶମୀ ତିଥିରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞରକ୍ଷା, ନାକକାନ ପ୍ରସ୍ତାବ ଓ ମାଟିମଣ୍ଡପ ସାହି ପକ୍ଷରୁ ନିଶାଣ ଯାତ୍ରା ଅନୁଷ୍ଠିତ ହେବ |

ଏକାଦଶୀ ତିଥିରେ ହରଚଣ୍ଡୀ ସାହି ପକ୍ଷରୁ ସୀତାବିବାହ ଓ ପର୍ଶୁରାମ ପ୍ରସ୍ତାବ , ଦ୍ୱାଦଶୀରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବନବାସ ପ୍ରସ୍ତାବ କରାଯିବ | ସେହିପରି ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରି ପ୍ରସ୍ତାବ ଚୈତ୍ର ପୂର୍ଣ୍ଣିମାରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ , ବୈଶାଖ ମାସ ପ୍ରତିପଦା ତିଥିରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରତିଷ୍ଠା ପ୍ରସ୍ତାବ , ଦ୍ଵିତୀୟା ତିଥିରେ ରାବଣ ବଧ ଓ ବୈଶାଖ ମାସ କୃଷ୍ଣପକ୍ଷ ସପ୍ତମୀ ତିଥିରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ପାଳନ କରାଯିବ |

ପ୍ରତିଦିନ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଜଗନ୍ନାଥବଲ୍ଳବ ମଠକୁ ଯିବା ପରେ ସେଠାରେ ବିଭିନ୍ନ ସାହିରୁ ବାହାରିଥିବା ଚରିତ୍ର ଗୁଡିକ ସହ ନୀତିକାନ୍ତି  ହେବ |

Leave A Reply

Your email address will not be published.