Latest Odisha News

[ଦେଖନ୍ତୁ ଭିଡିଓ] ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହେଲେ ୮ କ୍ୟାନସର ସର୍ଭାଇଭର

ଭୁବନେଶ୍ୱର: ଜୀବନର ଅନ୍ତ ନୁହେଁ କର୍କଟ । ଏ କଥାକୁ ପ୍ରମାଣିତ କରିଛନ୍ତି ପ୍ରିୟା । କ୍ୟାନସର ଆକ୍ରାନ୍ତ ସତ୍ତ୍ୱେ ପ୍ରିୟା ୧୧ ହଜାର ୮୩୦ ଫୁଟ୍ ଉଚ୍ଚ ପର୍ବତ ଚଢ଼ିଛନ୍ତି । ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହୋଇଛନ୍ତି ପ୍ରିୟାଙ୍କ ଭଳି ୮ ଜଣ କ୍ୟାନସର ସର୍ଭାଇଭର ।

ଉତ୍ତରାଖଣ୍ଡର ଡେରାଡୁନ୍ ଠାରୁ ଦିନାରା ବୁଗିଆଲ୍ ପର୍ଯ୍ୟନ୍ତ ୫ ଦିନିଆ ଦୁଃସାହାସିକ ପାହଡ଼ ଚଢ଼ା ଅଭିଯାନ ସଫଳତାର ସହ ସରିଛି । ଏହି ଯାତ୍ରା ପ୍ରମାଣିତ କରୁଛି, କର୍କଟ ଜୀବନର ଅନ୍ତ ନୁହେଁ । ଆପୋଲୋ ପକ୍ଷରୁ ଏଭଳି ଅଭିଯାନ କ୍ୟାନସର ସର୍ଭାଇଭରଙ୍କ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇ ଦେଇଛି ।

ପ୍ରମାଣିତ ହୋଇଛି କର୍କଟ ସହ ଲଢ଼ି ସଫଳ ହୋଇଥିବା ଲୋକମାନେ ଆମ ଭଳି ବା ଆମ ଠାରୁ ମାନସିକ ଓ ଶାରିରୀକ ସ୍ତରରେ ଅଧିକ ଦୃଢ଼ । ଯେଉଁଠି ଇଚ୍ଛାଶକ୍ତି ଦୃଢ଼, ସେଠି ଉପାୟ ସୁନିଶ୍ଚିତ ଥିବା ପ୍ରମାଣିତ ହୋଇଥିବା କହିଛନ୍ତି ଆପୋଲୋ ହସ୍ପିଟାଲ୍ ସିଓଓ ଡାକ୍ତର ଆଲୋକ ଶ୍ରୀବାସ୍ତଭ । ଏହି ଦୁଃସାହାସିକ ଅଭିଯାନ କ୍ୟାନସର ସର୍ଭାଇଭରଙ୍କ ମନୋବଳ ବଢ଼ାଇବା ସହ ସମସ୍ତ କର୍କଟ ରୋଗୀଙ୍କୁ ପ୍ରେରଣା ଯୋଗାଇଛି ।

Comments are closed.