Latest Odisha News

ମୋର୍ଗାନ ଛାଡିବେ ଇଂଲଣ୍ଡ ଅଧିନାୟକ ପଦ

ଲଣ୍ଡନ: ଇଅନ ମୋର୍ଗାନ ଇଂଲଣ୍ଡର ଦିନିକିଆ ଏବଂ ଟି୨୦ କ୍ରିକେଟ ଦଳର ଅଧିନାୟକ ପଦ ଛାଡିବା ପାଇଁ ବିଚାର କରୁଛନ୍ତି । ଖରାବ ଫର୍ମ ଏବଂ ଫିଟନେସ ଯୋଗୁ ସେ ଏ ସମ୍ପର୍କରେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି । ଏପରିକି ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ମଧ୍ୟ ନିଷ୍ପତି ନେଇ ପାରନ୍ତି । ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ୨୦୧୯ରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ଏବେ ତାଙ୍କ ସ୍ଥାନରେ ବେନ ଷ୍ଟୋକ୍ସଙ୍କୁ ଅଧିନାୟକ କରିବା ନେଇ ଆଲୋଚନା କରାଯାଉଛି । ନିକଟରେ ଷ୍ଟୋକ୍ସଙ୍କୁ ଟେଷ୍ଟ ଟିମ ଅଧିନାୟକ କରାଯାଇଥିଲା ।

ମୋର୍ଗାନ ୨୦୧୪ରୁ ଦଳର ନେତୃତ୍ୱ ନେଇ ଆସୁଥିଲେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୧୯୮ ଦିନିକିଆରେ ୧୧୮ ବିଜୟ ହାସଲ କରିଥିଲା । ସେହିପରି ୭୨ଟି୨୦ ମ୍ୟାଚରୁ ଦଳ ୪୨ରେ ଜିତିଥିଲା । ସୂଚନାଯୋଗ୍ୟ ମୋର୍ଗାନ ଇଂଲଣ୍ଡ ଦଳକୁ ଆସିବା ପୂର୍ବରୁ ଆୟର୍ଲାଣ୍ଡ ପକ୍ଷରୁ ୨୩ ଦିନିକିଆ ମ୍ୟାଚ ଖେଳିଥିଲେ ।

Leave A Reply

Your email address will not be published.