Latest Odisha News

BREAKING NEWS

ମେଡିକାଲରୁ ମୃତଦେହକୁ ହାତରେ ବୋହି ବୋହି ନେଲେ ସମ୍ପର୍କୀୟ

କୋରାପୁଟ: କୋରାପୁଟରେ ଦାନ ମାଝୀ ରିପିଟ୍ । କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି । ମେଡିକାଲରୁ ହାତରେ ଧରି ମୃତଦେହକୁ ନେଇଛନ୍ତି ସମ୍ପର୍କୀୟ । ପତେଣ୍ଡା ଗାଁର ୭୦ ବର୍ଷୀୟ  ବୁଦୁ ମାଝୀ ହଠାତ୍ ଅସୁସ୍ଥ ହେଇ ପଡ଼ିବାରୁ ଆଶା କିରଣ ମେଡିକାଲକୁ ନେଇଥିଲେ ସମ୍ପର୍କୀୟ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସମ୍ପର୍କୀୟ ବ୍ୟତି ବ୍ୟସ୍ତ ହୋଇ ମୃତଦେହ ନେବାକୁ ଗାଡ଼ି ଖୋଜି ଥିଲେ । ହେଲେ କୌଣସି ଗାଡ଼ି ନମିଳିବାରୁ ୪ ଜଣ ସମ୍ପର୍କୀୟ ହାତରେ ଧରି ଚାଲିଚାଲି ୪ କିଲୋମିଟର ରାସ୍ତା ଅତିକ୍ରମ କରି ନିଜ ଗାଁକୁ ନେଇଥିଲେ ମୃତଦେହ ।

ଆଶା କିରଣ ମେଡିକାଲକୁ ସ୍ଥାନୀୟ ବାସିନ୍ଦାଙ୍କ ସହ ମାଲକାନଗିରି ଓ ଆନ୍ଧ୍ରପ୍ରଦେଶରୁ ପ୍ରତିଦିନ ଅନେକ ରୋଗୀ ଆସୁଛନ୍ତି । ମେଡିକାଲରେ ରୋଗୀର ମୃତ୍ୟୁ ହେଲେ କୌଣସି ଗାଡ଼ି ସୁବିଧା ନାହିଁ । ସରକାରୀ ଶବ ବାହକ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ବିଭିନ୍ନ ସମୟରେ ମେଡିକାଲରୁ ମୃତଦେହ ନେବାପାଇଁ ସମ୍ପର୍କୀୟ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । କିନ୍ତୁ ଏଥିପ୍ରତି ସ୍ଥାନୀୟ ଜନପ୍ରତିନିଧି କି ପ୍ରଶାସନର ଦୃଷ୍ଟି ନାହିଁ ।

Leave A Reply

Your email address will not be published.