ଭଦ୍ରକ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରୁ ୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୧ଟି ସ୍ଥାନୀୟ ମାମଲା ରହିଛି । ସେଥିମଧ୍ୟରେ ୮ ଜଣ କରୋନା ଯୋଦ୍ଧା ରହିଛନ୍ତି । କରୋନା ଯୋଦ୍ଧାଙ୍କ ମଧ୍ୟରେ ୬ ଜଣ ପୋଲିସ କର୍ମୀ, ଜଣେ ଆଶା କର୍ମୀ ଓ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି ।
#OdishaFightsCorona
Our Eight COVID Warriors (1 ASHA, 6 Police personnel and 1Health Worker (F)) have tested positive. We wish their speedy recovery. pic.twitter.com/Znmi27Skzs— District Administration,Bhadrak (@DM_Bhadrak) July 24, 2020
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ । ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୪୮୪ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୪୦ଟି ସକି୍ରୟ ମାମଲା ରହିଥିବା ବେଳେ ମୋଟ୍ ୩୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.