Latest Odisha News

BREAKING NEWS

ରାଜ୍ୟର ଚତୁର୍ଥ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ଗଂଜାମ : ପୋଲସରାର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ । ବିଧାୟକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ସେମାନଙ୍କ ସମ୍ପର୍କରେ ଆସିଥିବା ପରିବାରର ସଦସ୍ୟ ଓ ଅନ୍ୟମାନଙ୍କର ମଧ୍ୟ ସ୍ୱାବ ନମୁନା ଟେଷ୍ଟ କରାଯିବ ।

ପୋଲସରା ବିଧାୟକ ରାଜ୍ୟର ଚତୁର୍ଥ ବିଧାୟକ ଯେ କି କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ପୂର୍ବରୁ ନୀଳଗିରି ବିଧାୟକ, ରେମୁଣା ବିଧାୟକ ଓ ସାଲେପୁର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ନୀଳଗିରି ବିଧାୟକ ଏ ମଧ୍ୟରେ ସୁସ୍ଥ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିଧାନସଭାର ୫ କର୍ମଚାରୀ ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.