ବ୍ରାଜିଲ:ବ୍ରାଜିଲରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ମଝି ଆକାଶରେ ଏକ ହଟ୍ ଏୟାର ବେଲୁନରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୩ ଜଣ ଗୁରୁତର ହୋଇଛନ୍ତି।
ସୂଚନାମୁତାବକ, ଆକାଶର ଉଚ୍ଚତାରୁ ଏକ ସୁନ୍ଦର ଦୃଶ୍ୟ ଦେଖାଇବା ପାଇଁ ହଟ୍ ଏୟାର ବେଲୁନଟି ୨୧ ଜଣଙ୍କ ଏକ ଗ୍ରୁପକୁ ନେଇ ଉଡ଼ାଣ ଭରିଥିଲା। କିନ୍ତୁ, ଏହି ରୋମାଞ୍ଚକର ଯାତ୍ରା ସେହି ସମସ୍ତ ଲୋକଙ୍କ ପାଇଁ ଏକ ଭୟଙ୍କର ଦୁର୍ଘଟଣାରେ ପରିଣତ ହୋଇଥିଲା। ଶନିବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବେଲୁନଟି ବାୟୁରେ ନିଆଁ ଲାଗିବା ପରେ ଏହା ବ୍ରାଜିଲର ପ୍ରିଆ ଗ୍ରାଣ୍ଡେ ନାମକ ଏକ ସହରରେ କ୍ରାସ ହୋଇଥିଲା।
Moment burning hot air balloon PLUMMETS to ground
Terrifying footage of tragedy in southern Brazil
Officials say at least 8 dead and 2 SURVIVORS pic.twitter.com/Q2bC3qZNWW
— RT (@RT_com) June 21, 2025
ସେହି ସମୟର ଛାତିଥରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ହଟ୍ ଏୟାର ବେଲୁନରେ ନିଆଁ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହା ବ୍ୟତୀତ ଭିଡିଓରେ ଜଳିଯାଇଥିବା ହଟ୍ ଏୟାର ବେଲୁନରୁ କିଛି ଖସି ପଡୁଥିବା ଦେଖାଯାଉଛି।
NOW – Hot air balloon crashed in Praia Grande, Brazil.pic.twitter.com/a0BveukfAU
— Disclose.tv (@disclosetv) June 21, 2025
ସାଣ୍ଟା କାଟାରିନା ସାମରିକ ଅଗ୍ନିଶମ ବାହିନୀର ସୂଚନାନୁସାରେ ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ କରିଛି ଯେ, ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା।
Comments are closed.