Latest Odisha News

BREAKING NEWS

ଗୁଜରାଟରେ ବନ୍ୟା ବିଭୀଷିକା । ଜଳବନ୍ଦୀ ଶହ ଶହ ଲୋକ

ଗୁଜରାଟ : ଗୁଜରାଟରେ ବନ୍ୟା ବିଭୀଷିକା । ରାସ୍ତା ପାଲଟିଛି ନଦୀ, ଘର ଭିତରେ ଛାତି ଉଚ୍ଚର ପାଣି । ବନ୍ୟା ପାଣି ଘେର ଭିତରେ ଜୀବନ, ଜଳବନ୍ଦୀ ଶହ ଶହ ଲୋକ । ଭୋକ ଉପାସ ଅନ୍ଧାର ଭିତରେ ଘର ଭିତରେ ଫଶି ରହିଥିବା ଲୋକମାନେ ସାହାଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି ।  ପ୍ରକୃତିର କରାଳ ରୂପରେ ଭାସୁଛି ଏବେ ଗୁଜରାଟ । ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ଆଉ କିଛି ସ୍ଥାନରେ ବର୍ଷା କମିଛି । ବର୍ଷା ଛାଡିଛି ସତ କିନ୍ତୁ ଦୁର୍ଦଶା କମିନି । ସ୍ଥାନେ ସ୍ଥାନେ କେବଳ ପାଣି ହିଁ ପାଣି । ଘରଦ୍ୱାର ମନ୍ଦିର ରାସ୍ତାଘାଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି ।

ଲଗାତର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳମଗ୍ନ ହୋଇଛି । ଅମ୍ବିକା ଓ କାବେରୀ ନଦୀରେ ଏବେ ଜଳସ୍ତର ବଢୁଛି । ଆସନ୍ତା ୫ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ କରିଛି । ଲୋକେ ସୁରକ୍ଷିତ ରହିବା ପାଇଁ ଏବେ ଘର ଛାତ ଉପରେ ସାହାରା ନେଇଛନ୍ତି । ସେପଟେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲଗାଣବର୍ଷା ଚାଲିଛି ।

ମୁମ୍ବାଇ ପାଇଁ ଆର୍ଲଟ ଜାରି କରାଯାଇଛି । କିଛି ସ୍ଥାନରେ ଭୁସ୍ଖଳନ ହେବା ଯୋଗୁଁ ଦିନକରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ଯୋଗୁଁ ଆଖପାଖ ସ୍ଥାନକୁ ଖାଲି କରାଯାଇଛି । ସେପଟେ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହି ଦୃଶ୍ୟ ହେଉଛି ନାସିକର ।

Leave A Reply

Your email address will not be published.