Latest Odisha News

BREAKING NEWS

ବୁମରାହଙ୍କୁ ନେଇ ଜାଫରଙ୍କ ଟୁଇଟ ହେଲା ଭାଇରାଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯଶପ୍ରୀତ ବୁମରାହଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଏବେ ସବୁଠାରେ ତାଙ୍କୁ ନେଇ ଚର୍ଚ୍ଚା । ଭାରତର ପୂର୍ବତନ ଓପନର ୱାସିମ ଜାଫର ବୁଧବାର ବୁମରାହଙ୍କ ପ୍ରଦର୍ଶନ ନେଇ ଏକ ଟ୍ୱିଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଜାଫର ଟୁଇଟ କରିଥିଲେ ଆଲେକ୍ସା ପ୍ଲିଜ ପ୍ଲେ ଯଶପ୍ରୀତ ବୁମରାହ । ସରୀ ଯଶପ୍ରୀତ ବୁମରାହ ଇଜ ଅନପ୍ଲେବୁଲ । ଏହାର ଜବାବରେ ଆଲେକ୍ସା ପକ୍ଷରୁ ଲେଖା ଯାଇଥିଲା ବୁମ ବୁମ ବୁମରାହଙ୍କ ସମ୍ମାନରେ ଆମେ ପ୍ଲେ କରୁଛୁ..ୟୁ କ୍ୟାନ ନଟ ଟଚ ଦିସ ।

କ୍ରିକେଟ ପ୍ରଶଂସକଙ୍କୁ ଏହି ଟ୍ୱିଟ ବେଶ ପସନ୍ଦ ଆସିଥିଲା । ସୂଚନା ଯୋଗ୍ୟ, ପ୍ରଥମ ଦିନିକିଆରେ ବୁମରାହ ଘାତକ ବୋଲିଂ କରି ୧୯ ରନରେ ୬ଟି ୱିକେଟ ଅକ୍ତିଆର ଭାରତକୁ ବିଜୟୀ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.