ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲଜି ପଲିମରସ୍ ଇଣ୍ଡିଆ ଲିମିଟେଡ କେମିକାଲ ଗ୍ୟାସ୍ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହେବା ସହ ୮୦୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି।
ଅଧିକାରୀଙ୍କ କହିବାନୁସାରେ, ଦେଶବ୍ୟାପୀ ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ମାସରୁ ରକ୍ଷଣାବେକ୍ଷଣା ହୋଇନଥିବା ୨ଟି ୫,୦୦୦ ଟନ୍ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ ହୋଇଛି। ଯାହାର ପ୍ରଭାବରେ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କ ଆଖିରେ ଜ୍ବଳନ ଏବଂ ଶ୍ୱାସପ୍ରଶ୍ବାସରେ ଅସୁବିଧା ହେଉଥିବା ଜଣାଇଥିଲେ।
ଏହି ଗ୍ୟାସ ଲିକ ଯୋଗୁଁ ଶହ ଶହ ବ୍ୟକ୍ତି ରାସ୍ତାରେ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ କିଙ୍ଗ ଜର୍ଜ ଓ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି।
୧-୧.୫ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ଗ୍ୟାସ ବ୍ୟାପିଥିବା ବେଳେ ଏହାର ଦୁର୍ଗନ୍ଧ ପାଖାପାଖି ୨-୨.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ବୋଲି ବିଶାଖାପାଟଣା ନଗର ପୋଲିସ କମିଶନର ଆର.କେ ମୀନା ଏଏନଆଇ ଗଣମାଧ୍ୟମକୁ କହିଛନ୍ତି।
Comments are closed.