Latest Odisha News

BREAKING NEWS

କରୋନା କବଳରେ ଓଡ଼ିଶାର ୧୮ ଜିଲ୍ଲା; ୧୫ରୁ ୪୦ ବର୍ଷ ମଧ୍ୟରେ ୬୩% ରୋଗୀ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଧିରେଧିରେ ଓଡିଶାର ୧୮ଟି ଜିଲ୍ଲାକୁ ବ୍ୟାପିଛି। ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି।

ଏହି ଭାଇରସ ସଂକ୍ରମିତଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ବର୍ଗରେ ଅଛନ୍ତି ପ୍ରାୟ ୨୨ଜଣ। ଯାହାକି ରାଜ୍ୟରେ ମୋଟ ରୋଗୀଙ୍କ ମଧ୍ୟରୁ ୧୦.୭୩ ପ୍ରତିଶତ ଅଟେ।

ଏହାବ୍ୟତୀତ ୧୫ରୁ ୪୦ ବୟସ ମଧ୍ୟରେ ୧୨୮ ରୋଗୀ (୬୨.୪୩%), ୪୧ରୁ ୬୦ ମଧ୍ୟରେ (୩୧.୨୧%) ଏବଂ ୦ରୁ ୧୪ (୬.୩୪%) ମଧ୍ୟରେ ୧୩ ଜଣ ଅଛନ୍ତି।

ତେବେ ମୋଟ୍ ୨୦୫ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ୧୫୪ ଜଣ ପୁରୁଷ (୭୫.୧୨%) ଏବଂ ୫୧ ମହିଳା (୨୪.୮୭%) ରହିଛନ୍ତି।

 

Leave A Reply

Your email address will not be published.