Latest Odisha News

BREAKING NEWS

ସଇଁତଳା ପୋଲିସକୁ ବଡ଼ ସଫଳତା, ୮ ଡକାୟତ ଗିରଫ

ଟିଟିଲାଗଡ଼ : ସଇଁତଳା ପୋଲିସକୁ ବଡ଼ ସଫଳତା । ଟିଟିଲାଗଡ଼ ଅଞ୍ଚଳ ତଥା କେସିଙ୍ଗା ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୮ ଜଣ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ମାରଣାସ୍ତ୍ର, ଲୁହା ରଡ, ୮ଟି ମୋବାଇଲ, ନଗଦ ୬ ହଜାର ଟଙ୍କା, କିଛି ସୁନା ଗହଣା ସହ ୩ଟି ବାଇକ ଜବତ ହୋଇଛି । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଟିଟିଲାଗଡ଼ ଥାନା ଅଧିନସ୍ଥ ନାଥ ସେଲମା ବୋଲି ଜଣାପଡିଛି ।

ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ ମଣ୍ଟୁ ତାଣ୍ଡି, ଭୂପତି ଭୋଇ, କାଳିଆ ତାଣ୍ଡି, ପ୍ରଦୀପ ଭୋଇ, ଜୟ ବିଭାର ଓରଫ ବିଜେ କୁମ୍ଭାର, ଅର୍ଜୁନ ଭୋଇ, ମୁନା ରଣା । ଏମାନଙ୍କ ନାଁରେ ଅନେକ ଥାନାରେ ବହୁ ଅପରାଧିକ ମାମଲା ଥିବା କହିଛି ପୋଲିସ । ଗତ ୧୩ ତାରିଖ ଦିନ ସଇଁତଳା ଥାନା ଡୁଙ୍ଗୁରିପାଲି ଗାଁର ଯୁବ ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଡକାୟତ ମାନେ ପଶି ବନ୍ଧୁକ ମୁନରେ ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା । ପୋଲିସ ଏହି ଘଟଣାକୁ ନେଇ କୌଣସି ସୁରାକ ବି ପାଇ ନ ଥିଲା । ମାତ୍ର ଗତକାଲି ଏକ ଗ୍ୟାଙ୍ଗ ବେଲଗାଁ ହାଇସ୍କୁଲ ପଡିଆରେ ରହି ଡକାୟତ ପାଇଁ ଯୋଜନା କରୁଥିବା ଏମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।

Comments are closed, but trackbacks and pingbacks are open.