Latest Odisha News

BREAKING NEWS

କୋଲକାତାରୁ ଆମଦାନୀ, କଟକରୁ ଜବତ ହେଲା ବେଆଇନ୍ କଫ୍ ସିରଫ୍

କଟକ: କଟକରୁ ଆଜି ୩୨ ଶହ ବେଆଇନ୍ କଫ୍ ସିରଫ୍ ଜବତ ହୋଇଛି । ମଧୂପାଟଣା ଥାନା ପୋଲିସ ଓ ଡ୍ରଗ୍ସ୍ କଣ୍ଟ୍ରୋଲ୍ ମିଳିତ ଉଦ୍ୟମରେ ଚଢାଉ କରାଯାଇ ଜବତ କରାଯାଇଛି ।

ଖପୁରିଆ ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରାଯାଇ କଫ ସିରଫର ୩୨ ଶହ ବୋତଲ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ଚାରି ଲକ୍ଷ ଟଙ୍କା। ଏଥିରେ ଜଣଙ୍କୁ ଅଟକ ରଖାଯାଇଛି। ଏଗୁଡିକୁ କୋଲକତାରୁ ବେଆଇନ ଭାବେ ଆମଦାନୀ କରାଯାଇ ଓଡ଼ିଶା ବଜ଼ାରରେ ବିକ୍ରି କରାଯାଉଥିଲା। ଘଊଚଝ ଆକ୍ଟରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

ବାରମ୍ବାର କଟକରୁ ଅପମିଶ୍ରିତ ମସଲାଠାରୁ ଆରମ୍ଭ କରି ସସ ଆଦି ନାନାଦି ନକଲି ଜିନିଷ ମିଳୁଥିବା ବେଳେ ପ୍ରଶାସନ ଫେଲ ମାରୁଛି। ସେହିଭଳି ଆଖି ଦୃଷ୍ଟିଆ ପଦକ୍ଷେପ ନିଆହୋଇ ପାରୁ ନଥିବାରୁ ଏପରି ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

Comments are closed, but trackbacks and pingbacks are open.