ବ୍ରହ୍ମପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୮ ଅସୁସ୍ଥ। ଗଞ୍ଜାମ ବ୍ଳକ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇ ୮ ଜଣ ଅସୁସ୍ଥ। ୮ଜଣଙ୍କୁ ପ୍ରଥମେ ନିକଟସ୍ଥ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି
ଗତକାଲି ସେମାନେ ବିଲରୁ ଛତୁ ଆଣି ରୋଷେଇ କରି ଖାଇଥିଲେ। ପରେ ସମସ୍ତେ ଅସୁସ୍ଥ ହେବା ସହ ବାନ୍ତି ହୋଇଥିଲା। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।
ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ କେ ସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି।
Comments are closed.