Latest Odisha News

ଗହୀରମଥା ଗୁଳିକାଣ୍ଡ, ୮ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ରାଜନଗର ଗହୀରମଥା ସମୁଦ୍ର ଗୁଳିକାଣ୍ଡ ଘଟଣା । ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ୍ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି । ଗତକାଲି ଗିରଫ ହୋଇଥିଲେ ଟ୍ରଲର ମାଲିକ । ଆଜି ଆଉ ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ, ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ନଜରରେ ରଖି ଗହୀରମଥା ସମୂଦ୍ର ଉପକୂଳ ଅଞ୍ଚଳକୁ ନଭେମ୍ବର ୧ ତାରିଖଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସମୁଦ୍ର ଉପକୂଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିବ ସତ୍ତ୍ଵେ ମଧ୍ୟ ଗତ ରବିବାର କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫୁଟିଥିଲା ଗୁଳି। ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆ ଆକ୍ରମଣ କରିଥିଲେ । ବେଆଇନ୍ ମାଛ ମାରୁଥିବା ବେଳେ ଚଢ଼ାଉ କରିଥିଲା ବନବିଭାଗ। ୩ଟି ଟ୍ରଲର ଜବତ ସହ ୯ ଜଣଙ୍କୁ ଧରି ସାଙ୍ଗରେ ଆଣୁଥିଲା ବନବିଭାଗ। ସେତିକିବେଳେ ପାଟ୍ରୋଲିଂ ଟିମ୍‌କୁ ଘେରି ସଂଘବଦ୍ଧ ଆକ୍ରମଣ କରିଥିଲେ ମାଛ ମାଫିଆ। ଗୁଳି ଫୁଟାଇ ଜୋରଜବରଦସ୍ତ ୮ ଜଣଙ୍କୁ ଛଡ଼ାଇ ନେଇଥିଲେ ମାଫିଆମାନେ। ସଂପୃକ୍ତ ଟ୍ରଲରଗୁଡ଼ିକ ବାଲେଶ୍ଵର ବଳରାମଗଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.