Latest Odisha News

BREAKING NEWS

ବିଭିନ୍ନ ଦାବି ନେଇ ଶ୍ରମିକ ମହାସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

ନୂଆପଡ଼ା: ଆଜି ୮ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ବିଭିନ୍ନ ଦାବି ନେଇ ନୂଆପଡ଼ା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ନିର୍ଦ୍ଧିଷ୍ଠ ଦୋକାନ ମାନ ଖୋଲା ରହିଥିବାବେଳେ, ଅନ୍ୟ ଦୋକାନ ମାନ ବନ୍ଦ ରହିଛି । ରାସ୍ତା ଘାଟ, ବ୍ୟାଙ୍କ, ବିଦ୍ୟାଳୟ, କାର୍ଯ୍ୟାଳୟ ବନ୍ଦ ରହିଛି ।

କୋମନା, ଖଡ଼ିଆଳ, ବୋଡ଼େନ୍, ତରବୋଡ଼, ସିନାପାଲି ସମେତ ଜିଲ୍ଲା ମୁଖ୍ୟାଳୟରେ ବନ୍ଦ ଡାକରା ଦେଇ ଜିଲ୍ଲା ବନ୍ଦ କରିଛି ଜିଲ୍ଲା ଶ୍ରମିକ ମହାସଂଘ । ନିର୍ମାଣ, ମନରେଗା, ଦାଦନ ଓ ପ୍ରବାସୀ ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ୍ ଷ୍ଟାଫ୍, ଅଙ୍ଗନୱାଡି କର୍ମୀ, ଧାନ ମଣ୍ଡିରେ କାର୍ଯ୍ୟରତ ହେମାଲ ଓ ବେରୋଜଗାର ଯୁବକ ଯୁବତୀଙ୍କ ସମସ୍ୟାର ସମାଧାନ ପାଇଁ ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.