Latest Odisha News

୮ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କଲା NIA

ନୂଆଦିଲ୍ଲୀ: ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । ଆଜି ସକାଳୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଅପରାହ୍ନରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

BjdElectrycity

ସନ୍ଦିଗ୍ଧ ଆତଙ୍କୀମାନଙ୍କ ସମ୍ପୃକ୍ତି କୁଖ୍ୟାତ ଆତଙ୍କୀ ସଂଗଠନ ISIS ସହ ରହିଥିବା ସୂଚନା ମିଳିଛି । ଏମାନେ ଆଇଇଡି ବିସ୍ଫୋରଣ କରିବା ଯୋଜନାରେ ଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ।ସମସ୍ତଙ୍କୁ ଜେରା ଚାଲିଛି। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ, ବେଲାରୀ, ପୁଣେ, ମୁମ୍ବାଇ, ଅମରାବତୀ, ଜାମସେଦପୁର, ବୋକାରୋ ଓ ଦିଲ୍ଲୀର ପ୍ରାୟ ୧୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା । ସ୍ଥାନୀୟ ପୋଲିସ ସହଯୋଗରେ NIA ଟିମ ଏହି ଚଢାଉ କରିଥିଲେ । ଚଢାଉରେ ଆତଙ୍କୀ ସଂଗଠନ ISIS ସହ ଜଡିତ ଏକାଧିକ ସାମଗ୍ରୀ ଓ ବିସ୍ଫୋରକ ଜବତ ହେବା ପରେ ୮ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଛି ।

 

Leave A Reply

Your email address will not be published.