ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ଏହି କମ୍ପାନୀରେ କାର୍ଯ୍ୟ କରିଥିବା ଦୁଇ ମ୍ୟାନେଜର ହିଁ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। କମ୍ପାନିର ଏରିଆ ମ୍ୟାନେଜରଙ୍କ ତରଫରୁ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ, ମଦୁରା ମାଇକ୍ରୋ ଫାଇନାନନ୍ସ କମ୍ପାନୀ ବିଭିନ୍ନ ସ୍ଥାନରେ ଏହାର ଶାଖା ଖୋଲି ମହିଳା ଗୋଷ୍ଠୀଙ୍କୁ ଋଣ ଦେଇ କିସ୍ତି ଅନୁସାରେ ଟଙ୍କା ଆଦାୟ କରୁଥିଲେ। ଏହି କମ୍ପାନୀ ଫାଇନାନ୍ସ କମ୍ପାନୀର ବ୍ରହ୍ମପୁର ସହରରେ ଏକ ଶାଖା ରହିଛି। ଶାଖାରେ ଗଞ୍ଜାମ ଜିଲା ସୁରଙ୍ଗିର ଜଣେ ୩୫ ବର୍ଷୀୟ ମହିଳା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଦିଗପହଣ୍ଡିର ଜଣେ ୨୭ ବର୍ଷୀୟ ଯୁବକ କେନ୍ଦ୍ର ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ। ଉଭୟ କମ୍ପାନୀ ପକ୍ଷରୁ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ କିସ୍ତି ଟଙ୍କା ମଧ୍ୟ ଆଦାୟ କରିଥିଲେ। ହେଲେ ଆଦୟ ଟଙ୍କା କମ୍ପାନୀରେ ଜମା ନକରି ନିଜେ ଆତ୍ମସାତ କରି ଦେଇଥିଲେ। ମହିଳା ମ୍ୟାନେଜର ଜଣଙ୍କ କମ୍ପାନୀର ୩ ଲକ୍ଷ ୧୩ ହଜାର ୪୧୮ ଟଙ୍କା ଆତ୍ମସାତ କରିଥିବା ବେଳେ କେନ୍ଦ୍ର ମ୍ୟାନେଜର ଜଣଙ୍କ ୫ ଲକ୍ଷ ୧୭୬୮ ଟଙ୍କା ଆତ୍ମସାତ କରିଥିଲେ। ତେବେ ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀର ଉପରିସ୍ଥ ଅଧିକାରୀମାନେ ଉଭୟ ମ୍ୟାନେଜରଙ୍କୁ ଟଙ୍କା ଜମା କରିବାକୁ କହିଥିଲ। ସେହିକ୍ରମରେ ମହିଳା ମ୍ୟାନେଜର ଜଣଙ୍କ ନିଜ କାର୍ୟ୍ୟାଳୟ ଭିତରେ ଉଭୟ ନିଜ ପାଖରେ ରଖିଥିବା ସମସ୍ତ ୮ ଲକ୍ଷ ୧୫ ହଜାର ୧୮୬ ଟଙ୍କା ଦାଖଲ କରିବେ ବୋଲି ନିଜ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ। ହେଲେ ସମୟସୀମା ଭିତରେ ସେ ଟଙ୍କା ଦାଖଲ କରି ନଥିଲେ। କିଛି ଦିନ ପରେ ଉଭୟ ମ୍ୟାନେଜର କାର୍ୟ୍ୟାଳୟକୁ ଆସିନଥିଲେ। କମ୍ପାନୀ ଅଧିକାରୀମାନେ ଉଭୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କମ୍ପାନୀର ଟଙ୍କା ଆତ୍ମସାତ କରିଥିବା ଏହି ଦୁଇ ମ୍ୟାନେଜରଙ୍କୁ ଗିରଫ କରି ଟଙ୍କା ଆଦାୟ କରିବାକୁ କମ୍ପାନୀର ଏରିଆ ମ୍ୟାନେଜର ରାମଚନ୍ଦ୍ର ବାରିକ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ନଂ ୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
BREAKING NEWS
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
Comments are closed.