ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ଏହି କମ୍ପାନୀରେ କାର୍ଯ୍ୟ କରିଥିବା ଦୁଇ ମ୍ୟାନେଜର ହିଁ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। କମ୍ପାନିର ଏରିଆ ମ୍ୟାନେଜରଙ୍କ ତରଫରୁ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ, ମଦୁରା ମାଇକ୍ରୋ ଫାଇନାନନ୍ସ କମ୍ପାନୀ ବିଭିନ୍ନ ସ୍ଥାନରେ ଏହାର ଶାଖା ଖୋଲି ମହିଳା ଗୋଷ୍ଠୀଙ୍କୁ ଋଣ ଦେଇ କିସ୍ତି ଅନୁସାରେ ଟଙ୍କା ଆଦାୟ କରୁଥିଲେ। ଏହି କମ୍ପାନୀ ଫାଇନାନ୍ସ କମ୍ପାନୀର ବ୍ରହ୍ମପୁର ସହରରେ ଏକ ଶାଖା ରହିଛି। ଶାଖାରେ ଗଞ୍ଜାମ ଜିଲା ସୁରଙ୍ଗିର ଜଣେ ୩୫ ବର୍ଷୀୟ ମହିଳା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଦିଗପହଣ୍ଡିର ଜଣେ ୨୭ ବର୍ଷୀୟ ଯୁବକ କେନ୍ଦ୍ର ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ। ଉଭୟ କମ୍ପାନୀ ପକ୍ଷରୁ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ କିସ୍ତି ଟଙ୍କା ମଧ୍ୟ ଆଦାୟ କରିଥିଲେ। ହେଲେ ଆଦୟ ଟଙ୍କା କମ୍ପାନୀରେ ଜମା ନକରି ନିଜେ ଆତ୍ମସାତ କରି ଦେଇଥିଲେ। ମହିଳା ମ୍ୟାନେଜର ଜଣଙ୍କ କମ୍ପାନୀର ୩ ଲକ୍ଷ ୧୩ ହଜାର ୪୧୮ ଟଙ୍କା ଆତ୍ମସାତ କରିଥିବା ବେଳେ କେନ୍ଦ୍ର ମ୍ୟାନେଜର ଜଣଙ୍କ ୫ ଲକ୍ଷ ୧୭୬୮ ଟଙ୍କା ଆତ୍ମସାତ କରିଥିଲେ। ତେବେ ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀର ଉପରିସ୍ଥ ଅଧିକାରୀମାନେ ଉଭୟ ମ୍ୟାନେଜରଙ୍କୁ ଟଙ୍କା ଜମା କରିବାକୁ କହିଥିଲ। ସେହିକ୍ରମରେ ମହିଳା ମ୍ୟାନେଜର ଜଣଙ୍କ ନିଜ କାର୍ୟ୍ୟାଳୟ ଭିତରେ ଉଭୟ ନିଜ ପାଖରେ ରଖିଥିବା ସମସ୍ତ ୮ ଲକ୍ଷ ୧୫ ହଜାର ୧୮୬ ଟଙ୍କା ଦାଖଲ କରିବେ ବୋଲି ନିଜ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ। ହେଲେ ସମୟସୀମା ଭିତରେ ସେ ଟଙ୍କା ଦାଖଲ କରି ନଥିଲେ। କିଛି ଦିନ ପରେ ଉଭୟ ମ୍ୟାନେଜର କାର୍ୟ୍ୟାଳୟକୁ ଆସିନଥିଲେ। କମ୍ପାନୀ ଅଧିକାରୀମାନେ ଉଭୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କମ୍ପାନୀର ଟଙ୍କା ଆତ୍ମସାତ କରିଥିବା ଏହି ଦୁଇ ମ୍ୟାନେଜରଙ୍କୁ ଗିରଫ କରି ଟଙ୍କା ଆଦାୟ କରିବାକୁ କମ୍ପାନୀର ଏରିଆ ମ୍ୟାନେଜର ରାମଚନ୍ଦ୍ର ବାରିକ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ନଂ ୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
BREAKING NEWS
- US Aircraft Carrier: ଇରାନ ସହ ଉତ୍ତେଜନା ବୃଦ୍ଧି; ମଧ୍ୟପ୍ରାଚ୍ୟରେ ପହଞ୍ଚିଲା ଆମେରିକାର ତୃତୀୟ ବିମାନବାହୀ ଜାହାଜ
- Cyclone Alert:ଆଜି ବାତ୍ୟା ସମ୍ଭାବନା;ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା
- ୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପଦକ୍ଷେପ: ଇସ୍ତାହାର କମିଟିରେ ରାଘବ ଚଢ଼ା ଓ ହରଭଜନ ସିଂହ ସାମିଲ
- ୧୩ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦ୍ଘାଟିତ
- Maritime Security:ସମୁଦ୍ର ଡକାୟତି ଓ ଆତଙ୍କବାଦ ବିରୋଧରେ ଭାରତ ଓ ସୋମାଲିଆ ଏକଜୁଟ; ସାମୁଦ୍ରିକ ସୁରକ୍ଷା ନେଇ ଆଲୋଚନା
- ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍: ବ୍ରୋଞ୍ଜ ଜିତିଲେ ଭାରତୀୟ ମହିଳା ଦଳ
- ଡାକ୍ତର ଭୂମିକାରେ ନଜର ଆସିବେ ସୂର୍ଯ୍ୟା, ‘ଜୟ ଭୀମ୍’ ପରେ ପୁଣି ଟିଜେ ଗନାନବେଲଙ୍କ ସହ କରିବେ କାମ
- ଆଇସିସିର ବଡ଼ ନିଷ୍ପତ୍ତି: ଭାରତରେ ଖେଳାଯିବ ୨୦୨୯ ଚାମ୍ପିୟନ୍ସ ଟ୍ରଫି, ୨୦୩୧ ବିଶ୍ୱକପ୍
- କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର,ସୁରକ୍ଷାକର୍ମୀଙ୍କୁ ମାଡ଼;ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ
- ‘ପଞ୍ଚାୟତ ସିଜିନ୍-୫’କୁ ଅପେକ୍ଷା କରିଥିବା ଦର୍ଶକଙ୍କୁ ନିରାଶ କଲେ ନିର୍ମାତା…
Comments are closed.