Latest Odisha News

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ୮ନକ୍ସଲ ନିପାତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ଏନକାଉଣ୍ଟରରେ ୮ ନକ୍ସଲ ନିପାତ । ସୂଚନାନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଗାଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚରେ ହୋଇଥିବା ଏହି ଏନକାଉଣ୍ଟରରେ  ୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଏସଟିଏଫ( STF), ଡିଆରଜି (DRG) ଏବଂ ସିଆରପିଏଫ (CRPF) ଯବାନଙ୍କ କମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନକାଉଣ୍ଟରରେ ନିପାତ ହୋଇଥିବା ନକ୍ସଲମାନଙ୍କ ମୃତଦେହ ସୁରକ୍ଷାବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।

ବର୍ତ୍ତମାନ ବିଜାପୁର ଜିଲ୍ଲା ଗାଙ୍ଗାଲୁରରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Comments are closed.