Latest Odisha News

BREAKING NEWS

କରୋନା ଯୁଦ୍ଧ: ଯୋଦ୍ଧା ସାଜିଛନ୍ତି ୮ ମାସର ଗର୍ଭବତୀ ଆଶା କର୍ମୀ

ଯାଜପୁର: ସାରାବିଶ୍ୱରେ କାୟା ମେଲାଉଛି କରୋନା । ଧୀରେ ଧୀରେ ଏହା ସମଗ୍ର ମନୁଷ୍ୟ ଜାତିକୁ ପ୍ରଭାବିତ କରିବାରେ ଲାଗିଛି । ଏହି ମହାମାରି ଏବେ ଆମ ଦେଶ ଓ ରାଜ୍ୟର ସ୍ଥିତିକୁ ଏକ ରକମର ଦୋହଲାଇ ଦେଇଛି ବୋଲି କହିଲେ ଭୁଲ ହେବନି ।

ଦୈନିକ କରୋନା ଆକ୍ରାନ୍ତଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । କରୋନା ମୁକାବିଲା ପାଇଁ ସମଗ୍ର ପ୍ରଶାସନ ଖୁବ ଦମରେ ଲାଗି ପଡିଛନ୍ତି । ବହୁ ପ୍ରଶାସନିକ ଅଧିକାରୀ ମାନେ ନିଜ ପରିବାରକୁ ପଛରେ ପକାଇ କରୋନା ଯୁଦ୍ଧର ଯୋଦ୍ଧା ପାଲଟିଛନ୍ତି ।

ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଜଣେ ଆଶା କର୍ମୀ ଏବେ କରୋନା ଯୁଦ୍ଧର ଯୋଦ୍ଧା ଭାବେ ଆଗକୁ ଆସିଛନ୍ତି । ଏହି ଆଶା କର୍ମୀ ଜଣଙ୍କ ୮ ମାସର ଗର୍ଭବତୀ ଥାଇ ମଧ୍ୟ କରୋନା ମୁକାବିଲା ସମୟରେ ନିଜ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ଫତେପୁର ପଞ୍ଚାୟତ ଫତେପୁର ଗ୍ରାମର ବଳରାମ ସାହୁଙ୍କ ପତ୍ନୀ ମମତା ସାହୁ(୨୯) ଗତ ବର୍ଷ ଅଗଷ୍ଠ ମାସରେ ମଲିଆ ୨ ଅଞ୍ଚଳର ଆଶାକର୍ମୀ ଭାବେ ନିଯୂକ୍ତ ହୋଇଥିଲେ । ତାଙ୍କୁ ସମସ୍ତେ ମମତା ଆଶା ଦିଦି ନାମରେ ଜାଣନ୍ତି ।

ନିଜ କତ୍ତବ୍ୟକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଥିବା ଏହି ମମତା ଆଶା ଦିଦି ଏବେ କରୋନା ମୁକାବିଲାରେ ସମଗ୍ର ମହିଳାଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି । ୮ ମାସର ଗର୍ଭବତୀ ଥାଇ ମଧ୍ୟ ଏବେ ଘର ଘର ବୁଲି କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ।

ଯେଉଁମାନେ ବାହାର ରାଜ୍ୟ ଓ ଦେଶରୁ ଫେରିଛନ୍ତି ସେମାନଙ୍କୁ ହୋମ କ୍ୱେରେନଟାଇନରେ କିଭଳି ସଚେତନତା ପୂର୍ବକ ରହିବେ ସେନେଇ ବୁଝାଉଛନ୍ତି ମମତା ଆଶା ଦିଦି ।

ଚାଲି ଚାଲି ଗାଁ ପରିକ୍ରମା କରି ବାହାରୁ ଫେରିଥିବା ଲୋକଙ୍କର ନାମ ପଞ୍ଜିକରଣ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ସହଯୋଗ ଲୋଡୁଛନ୍ତି ଏବଂ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ।

ଏଭଳି ଅବସ୍ଥାରେ ମମତା ଆଶା ଦିଦି କାମ ନକରି ଘରେ ବିଶ୍ରାମ ନେବାକୁ ସପରିବାର, ସାହି ପଡିଶା, ବନ୍ଧୁ ବାନ୍ଧବ, ସହକର୍ମୀ ମାନେ ମମତାଙ୍କୁ ପରାମର୍ଶ ଦେଉଥିବା ବେଳେ ମମତା କିନ୍ତୁ ରାଜ୍ୟର ଏଭଳି ବିପଦ ସମୟରେ ନିଜ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଉଛନ୍ତି ।

Leave A Reply

Your email address will not be published.