Latest Odisha News

ବିନା ରେଜିଷ୍ଟ୍ରେସନରେ ଓଡ଼ିଶା ମନା, ୨୪ରୁ ପଞ୍ଜୀକରଣ କରିପାରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଂଜୀକରଣରେ ଓଡ଼ିଶାକୁ ଆସି ପାରିବେନି ପ୍ରବାସୀ ଓଡ଼ିଆ । ରାଜ୍ୟକୁ ଫେରିବାକୁ ହେଲେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି । ଅନଲାଇନ୍ ହେଉ କି ଅଫଲାଇନ୍‌, ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖଠାରୁ ଏହି ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟକ୍ଷମ ହେବ ବୋଲି ଆଜି ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଡିକେ ସିଂହ ସୂଚନା ଦେଇଛନ୍ତି ।

ପ୍ରଥମେ ଯେଉଁ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରିବାକୁ ଚାହିଁବେ, ସେମାନଙ୍କୁ ପ୍ରଥମେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ନାମ ପଂଜୀକରଣ କରିବାକୁ ପଡ଼ିବ । ସେମାନେ ନିଜେ ବା ତାଙ୍କର କେହି ଏହି ପଞ୍ଜୀକରଣ କରାଇପାରିବେ। ତାଙ୍କର କେହି ସମ୍ପର୍କୀୟ ମଧ୍ୟ ପଞ୍ଚାୟତ ଅଫିସରରେ ଫର୍ମ ଦେଇପାରିବେ। ପଞ୍ଜୀକରଣ ପରେ ଯେବେ ଆସିବେ, ବିଭକ୍ତିକରଣ କରାଯାଇପାରିବ।

ପଞ୍ଚାୟତଓ୍ବାରୀ ଆସିବେ, ଷ୍ଟେଶନକୁ ଗାଡ଼ି ନେଇ ପ୍ରବାସୀଙ୍କୁ ଅଣାଯିବ। କେହି ବି ଲୋକ ସିଧାସଳଖ ନିଜ ଘରକୁ ଯାଇପାରିବେ ନାହିଁ । ଗ୍ରାମାଞ୍ଚଳରେ କେହି ବି ନିଜ ଇଚ୍ଛାରେ ହୋମ କ୍ୱାରେଣ୍ଟାଇନରେ ରହିପାରିବେ ନାହିଁ । ସରକାରୀ କ୍ୱାରେଣ୍ଟାଇନରେ ସେମାନଙ୍କୁ ରହିବାକୁ ପଡ଼ିବ । ପଞ୍ଚାୟତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିବେ। ୧୪ ଦିନ ମଧ୍ୟରେ ସେମାନଙ୍କର ସାମ୍ପୁଲ ଟେଷ୍ଟ କରାଯିବ ବୋଲି ଡିକେ ସିଂହ କହିଛନ୍ତି ।

ସେ କହିଛନ୍ତି, ଯେଉଁଠି କମ ଲୋକ ଆସିବେ ସେଇଠି କମ ବ୍ୟବସ୍ଥା କରାଯିବ । ଏପର‌୍ୟ୍ୟନ୍ତ ରାଜ୍ୟର ପଂଚାୟତଗୁଡ଼ିକରେ ୨ଲକ୍ଷ ବେଡର ବ୍ୟବସ୍ଥା କରାଯାଇଛି । ପ୍ରାୟ ୫ ଲକ୍ଷ ଲୋକ ଆସିବେ ବୋଲି ଆଶଙ୍କା ରହିଛି । ଗଂଜାମ ଓ କେନ୍ଦ୍ରାପଡ଼ାରେ ଅଧିକ ବ୍ୟବସ୍ଥା କରାଯାଇଛି । କାରଣ ଏହି ୨ ଜିଲ୍ଲାରୁ ବାହାର ରାଜ୍ୟରେ ଅଧିକ ଲୋକ ରହୁଛନ୍ତି ।

Leave A Reply

Your email address will not be published.